ପାଚିକା – ସହାୟିକା ସଭ୍ୟ ପକ୍ଷରୁ ଧାରଣ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଓଡିଶା ମିଳିତ ବିଦ୍ୟାଳୟ ପାଚିକା – ସହାୟିକା ସଭ୍ୟ ତରଫରୁ ଆସ୍ଥାରୋଡ ନୋଡାଲ ଉ.ପ୍ରା ବିଦ୍ୟାଳୟର ପାଚିକା ୨ଜଣଙ୍କ କାମର ସୁବ୍ୟବସ୍ଥା କରିବା ଦାବୀରେ ଜିଲ୍ଲାରେ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୮ ତାରିଖଠାରୁ ଧାରଣ ଜାରୀ ରହିଛି । ସୁଚନାଯୋଗ୍ୟ , ଏହି ବିଦ୍ୟାଳୟରେ ଦୀର୍ଘବର୍ଷଧରି କୁନି ସାହୁ ଏବଂ ଗୀତା ନାୟକ ପାଚିକା ଭାବେ କାର୍ଯ୍ୟକରି ଆସୁଛନ୍ତି । ତାଙ୍କ ମଧ୍ୟାହ୍ନ – ଭୋଜନ ନାମ ବ୍ୟତୀତ ସୁଲଭ ଅନାନ୍ୟ ନାମର ମଧ୍ୟ ସାହାର୍ଯ୍ୟ ସହେଯାଗ କରିଥାଆନ୍ତି । କିନ୍ତୁ ସ୍କୁଲ କର୍ତ୍ତୁପକ୍ଷ ପିଅନ ଏବଂ ମାଳିର ସମସ୍ତକାମ ତାଙ୍କ ଉପରେ ନ୍ୟସ୍ତ କରନ୍ତି । ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ରହି ସ୍କୁଲର ଚାବି ରଖିବା , ଘଣ୍ଟାବନେଇବା , ଝାଡୁଦାର ପରି ବିଦ୍ୟାଳୟର ପରିସ୍କାର କରିବା ଦାୟିତ୍ୱ ଦିଆଯାଇଥାଏ । ମଧ୍ୟାହ୍ନ – ଭୋଜନ କାମ ସରିବା ପରେ ମଧ୍ୟ ଅସମୟରେ ଡାକି ଶିକ୍ଷକ ନିଜସ୍ୱ କାମ କରିବାକୁ କୁହନ୍ତି । ଏହାର ପ୍ରତିବାଦ କରିବାରୁ ଜଣକ ପରେ ଜଣଙ୍କୁ କାମରୁ ବାଦ ଦିଆଯାଇଛି । ଆଶ୍ଚର୍ଯ୍ୟ କଥା କୌଣସି ଲିଖିତ ସୁଚନା ନଦେଇ ମନମୁଖୀ ଏପରି କରାଯାଇଛି । ବିଦ୍ୟାଳୟ ଓ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାପରେ ବିଦ୍ୟାଳୟ କର୍ତ୍ତୁପକ୍ଷ ବିଭିନ୍ନ ଚିଠି ପତ୍ରରେ ଆଳ ଦେଖାଇବା କମିଟି ମିଟିଂର ଆଳ ଦେଖାଇବା , ମିଥ୍ୟା କରିବା , ବିଶୃଙ୍ଖଳା ସୃଷ୍ଟି ଆରୋପ ପରି ବିଭିନ୍ନ ଆଳ ପାଚିକା ମାନଙ୍କ ମୁଣ୍ଡ ଉପରେ ସମସ୍ତ ଦୋଷ ଲଦିଦେଇ ପାର ହେବାକୁ ଚାହୁଁଥିବା ଜିଲ୍ଲା ସଭାପତି କାର୍ତ୍ତିକ ଚନ୍ଦ୍ର ମହାନ୍ତି ଅଭିଯୋଗ କରିଛନ୍ତି । ଅନ୍ୟାୟ ଭାବ କାମ ବନ୍ଦ କରାଯାଇଥିବା ୨ଜଣ ପାଚିକାଙ୍କୁ ତୁରନ୍ତ ତାଙ୍କ କାମର ସୁବ୍ୟବସ୍ଥା କରିବା ଲାଗି ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ