ଓରାଳି ଗ୍ରାମରେ ପଡୋଶୀ ଘରର କାନ୍ଥ ଭାଙ୍ଗିପଡ଼ି ବୃଦ୍ଧା ମୃତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ଗାଁରେ ଘଟିଛି ଅଭାବନୀୟ ଘଟଣା। ଆଜି ମଧ୍ୟାହ୍ନରେ ପଡୋଶୀ ଘରର କାନ୍ଥ ଭାଙ୍ଗିପଡିବାରୁ ଜଣେ ୬୨ ବର୍ଷିୟ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାଇ ପଡୋଶୀ ଦାମ ଯେନାଙ୍କ ଘରର ମାଟି କାନ୍ଥଟି ଗତ କିଛି ଦିନ ହେଲା ତରୁ ଯେନାଙ୍କ ଘର ପଟକୁ ଢ଼ଳି ରହିଥିଲା। ତରୁ ଯେନାଙ୍କ ପରିବାର ଲୋକେ ଭୟଭୀତ ହୋଇ ଏନେଇ ଦାମଙ୍କୁ ବାରମ୍ବାର କହିବା ସହ ଆଜି ସକାଳେ ଗାଁର କିଛି ଭଦ୍ରଲୋକ ଙ୍କୁ ଡକାଇ କାନ୍ଥଟିକୁ ଢ଼େରା ଦେଇ ରଖିବାକୁ କୁହାଇ ଥିଲେ। ମାତ୍ର ଦାମ ପରେ ଦେଖିବି କହି ଗୁରୁତ୍ଵ ଦେଇ ନଥିଲେ। ଦିନ ସାଢ଼େ ୧୧ଟା ବେଳେ ତରୁ ଯେନା ନାମକ ଏହି ବୃଦ୍ଧା ଜଣକ ନିଜ ଘରେ ବସି ଖାଉଥିବା ସମୟରେ ହଠାତ ପଡୋଶୀ ଦାମ ଯେନାଙ୍କ ସେହି ମାଟି ଘରର କାନ୍ଥଟି ତାଙ୍କ ଉପରେ ଭାଙ୍ଗି ପଡିଥିଲା। ଫଳରେ କାନ୍ଥ ତଳେ ଚାପିହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହାଟଡିହି ଦମକଳ ବାହିନୀ ପହଞ୍ଚି ମୃତା ବୃଦ୍ଧାଙ୍କୁ ଉଦ୍ଧାର କରିବା ସହିତ ନନ୍ଦିପଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଓରାଳି ଆର. ଆଇ. ସର୍କଲର ରାଜସ୍ଵ ନିରିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ନିରିକ୍ଷଣ କରିଛନ୍ତି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ