ବାଂଲାଦେଶୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭରସା ସମ୍ପାଦକ
ଗଞ୍ଜାମ, (ବିନୋଦ ପଲାଇ):ଓଡ଼ିଶା – ଭରସା ସଂଗଠନର ସମ୍ପାଦକ ଶ୍ରୀ ଦୁର୍ଗା ମାଧବ ପାଣିଗ୍ରାହୀ ରାଷ୍ଟ୍ରୀୟ ଏବଂ ରାଜ୍ୟ ପ୍ରଶାସନ ଦ୍ଵାରା ଗଞ୍ଜାମ ନଗର ଭିତରେ ଅଜଣା ଲୋକଙ୍କ ସନ୍ଦେହାସ୍ପଦ ଗତିବିଧି ବୃଦ୍ଧି ଉପରେ ଚିନ୍ତା ବ୍ୟକ୍ତ କରିବା ସହ ଗଞ୍ଜାମ ନଗରର ନାଗରିକଙ୍କ ପ୍ରାଣ ଏବଂ ସମ୍ପତ୍ତିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପସ୍ଥିତି ଲୋକମାନଙ୍କ ଭିତରେ ଆତଙ୍କ ସୃଷ୍ଟି କରିଛି ଏବଂ ସେମାନଙ୍କ ନିରାପତ୍ତା ନେଇ ଚିନ୍ତା ବ୍ୟକ୍ତ ହେଉଛି ବୋଲି ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।ଏହି ସନ୍ଦର୍ଭରେ, ଶ୍ରୀ ପାଣିଗ୍ରାହୀଙ୍କ ଦ୍ଵାରା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ଥାନୀୟ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ,ପୂର୍ବତନ ଉପବାଚଷ୍ପତି ରାମଚନ୍ଦ୍ର ପଣ୍ଡା, ଗଞ୍ଜାମ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ ଙ୍କୁ ପତ୍ର ମାଧ୍ୟମରେ ଜଣା ଯାଇଅଛି । ଏଥି ସହ ଏହାର ନକଲ ପୋଲିସ୍ ମହାନିର୍ଦ୍ଦେଶକ, ରାଜ୍ୟ ଗୃହ ସଚିବ, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ, ଗଞ୍ଜାମ ତହସିଲଦାର, ସ୍ଥାନୀୟ ଏନଏସି ନିର୍ବାହୀ ଅଧିକାରୀ ଓ ଥାନା ଅଧିକାରୀ ଙ୍କୁ ମଧ୍ୟ ସେମାନଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଯାଇଅଛି । ସାମାଜିକ ଏବଂ ଭୌଗଳିକ କାରଣ ରୁ ଗଞ୍ଜାମ ସହରର ଗୁରୁତ୍ୱ ଏବଂ ଏହା କିପରି ଅନୁପ୍ରବେଶକାରୀଙ୍କ ଚରାଭୁଇଁ ପାଲଟିଛି, ସେ ସଂପର୍କରେ ଉକ୍ତ ପତ୍ରରେ ସବିଶେଷ ଭାବେ ଉଲ୍ଲେଖ କରାଯାଇଛି । ଗଞ୍ଜାମ ସହରର ଭୌଗୋଳିକ ଅବସ୍ଥିତି, ଆର୍ଥିକ ସାମର୍ଥ୍ୟ ଏବଂ ଅବାଧ ଅନୁପ୍ରବେଶ ପାଇଁ ପ୍ରଚୁର ସୁଯୋଗ ଆଦି କାରଣରୁ ପର୍ଯ୍ୟାପ୍ତ ନିରୀକ୍ଷଣର ଆବଶ୍ୟକତା ଥିବା ସେ ଦର୍ଶାଇଛନ୍ତି । ସରକାରୀ ସ୍ତରରେ ହସ୍ତକ୍ଷେପ ମାଧ୍ୟମରେ ବର୍ତ୍ତମାନ ବସବାସ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କର ବିଷଦ ଭାବେ ଯାଞ୍ଚ କରିବା ଲାଗି ଶ୍ରୀ ପାଣିଗ୍ରାହୀ କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରି କରିଛନ୍ତି।