ନାବାର୍ଡ ସହଯୋଗୀ ଅନୁଷ୍ଠାନଙ୍କ ସ୍ମାର୍ଟ ଦକ୍ଷତା କର୍ମଶାଳା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ନୟାପଲ୍ଲୀ ଠାରେ ନାବାର୍ଡ ସହଯୋଗୀ ସାମାଜିକ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଏକ କର୍ମଶାଳା ନିର୍ମାଣ ଓ ସିଆରଏସ ଦ୍ୱାରା ସମର୍ଥିତ ଆୟୋଜିତ ହୋଇ ଯାଇଛି. ଉକ୍ତ କର୍ମଶାଳା ଗ୍ରାମ୍ୟ ଜଳସେଚନ କମିଟି କୁ ମଜଭୁତ କରିବା, ସ୍ମାର୍ଟ ସ୍କିଲ ପଦ୍ଧତି ର ଉତ୍ତମ ଅଭ୍ୟାସକୁ ନକଲ କରିବା ସହିତ, ବୈଷୟିକ ଜ୍ଞାନ କୌଶଳ କୁ ବ୍ୟବହାର କରିବା ପ୍ରମୁଖ ଏହାର ମୁଖ୍ୟ ଉଦେଶ୍ୟ ବୋଲି ସିଆରଏସ ଅଧିକାରି ଅମର, ପୁଷ୍ପଲତା ମତବ୍ୟକ୍ତ କରିଥିଲେ. ମାର୍କେଟିଙ୍ଗ ଓ ଗ୍ରାମୀଣ ରୂପାନ୍ତର ପାଇଁ ସ୍ମାର୍ଟ ସ୍କିଲ କିପରି ଦକ୍ଷତା ହାସଲ କରିଛି ତାହା ଉପରେ ଆଲୋକପାତ କରିଥିଲେ.ପ୍ରୋଗ୍ରାମର ମାନଙ୍କୁ ସିଆର ଏସ ସମର୍ଥିତ ଅନୁଷ୍ଠାନ ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା.ବିଭିନ୍ନ ସଂଗଠନ ଆଦର୍ଶ, ସ୍ୱାଦ ପ୍ରମୁଖ ଙ୍କ ସହିତ ତପ୍ତପାଣି ଫାର୍ମର ସଙ୍ଘ ପକ୍ଷରୁ ମୁଖ୍ୟ ଅଜିତ ସାହୁ, ସଂଯୋଜକ ଅରୁଣିମା ସ୍ୱାଇଁ କ୍ଷେତ୍ର ଅଧିକାରୀ ସୁବାସ, ମନୋଜ ଯୋଗ ଦାନ କରିଥିଲେ. ପ୍ରାୟ କୋଡିଏଟି ସଂଗଠନ ର ଚଉତିରିଶି ସଭ୍ୟ (୩୪) ଯୋଗଦାନ କରିଥିଲେ.