କ୍ଳଷ୍ଟ ସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି’ କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବ୍ଳକ ଅନ୍ତର୍ଗତ କେ.ଟି.ଏନ୍.ପୁର କ୍ଳଷ୍ଟର ସ୍ତରୀୟ ‘ସୁରଭି’ ଶିଶୁ ମହୋତ୍ସବ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ ବିଦ୍ଯାପୀଠ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଏହି ମହୋତ୍ସବରେ କଣ୍ଠ ସଙ୍ଗୀତ, ନୃତ୍ଯ,ସୃଜନଶୀଳ ଲିଖନ,ପ୍ରବନ୍ଧ, ଚିତ୍ରାଙ୍କନ, ବତ୍କୃତା,ଶିଳ୍ପ କଳା,ଗଳ୍ପ କଥନ,ଗଣିତ ଦୌଡ,ଗଣିତ କୁଇଜ,ଗୃପ ଡ୍ଯାନ୍ସ ପ୍ରଭୃତି ପ୍ରତିଯୋଗିତା ପରିଚାଳିତ ହୋଇଥିଲା ଏବଂ ଟାଙ୍ଗଣା ପଲ୍ଲୀ,ଓ ଲୁହାଝର ପଞ୍ଚାୟତର 9 ଗୋଟିଏ ବିଦ୍ୟାଳୟର ଶତାଧିକ ଶିକ୍ଷାର୍ଥୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏଇ ଶିବିରରେ ଅଞ୍ଚଳର ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥୀ, ବିଦ୍ୟାଳୟର ଅବସରପ୍ରାପ୍ତ ରାଜ୍ଯପାଳ ପୁରସ୍କୃତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା,ଟାଙ୍ଗଣାପଲ୍ଲୀ ସରପଞ୍ଚ ବି.ସୁଦାମ,ସମିତି ସଭ୍ଯା ମୀନା କୁମାରୀ ସାହୁ,ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା,ବିଦ୍ୟାଳୟର ଏସ୍.ଏମ.ସି.ସଭାପତି ସୁରେନ୍ଦ୍ର ଦାସ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ପ୍ରତିଯୋଗୀ ଓ ଛାତ୍ର ଛାତ୍ରୀଙ୍କୁ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ସର୍ବଦା ତତ୍ପର ହେବା ପାଇଁ ପରାମର୍ଶ ଦେଇଥିଲେ।ପ୍ରଥମାର୍ଦ୍ଧରେ ଉଦ୍ଘାଟନ ଉତ୍ସବ ହୋଇଥିବା ବେଳେ ଦ୍ବିତୀୟାର୍ଦ୍ଧ ରେ ପ୍ରତିଯୋଗିତା ଏବଂ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରାଯାଇଥିଲ। ସିଆରସି ଗିରୀଶ ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ବାବଧାନରେ ପରିଚାଳିତ ଏହି ଶିଶୁ ମହୋତ୍ସବକୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ପାଢୀ,ଯୁଧିଷ୍ଠିର ବେହେରା, ସ୍ନେହାଶୀଷ ମହାନ୍ତି, ଜୟଶ୍ରୀ ଦୋରା,ନନ୍ଦିନୀ ରାଣୀ ସେଠୀ,ଭାଗିରଥି ମିଶ୍ର,ପର୍ଶୁରାମ, ଆର୍.ଯମୁନା ରେଡ୍ଡି,ଉଷାରାଣୀ ମିଶ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ମଧୁମିତା ମହାନ୍ତି,ବିଜ୍ଞାନର ଚନ୍ଦ୍ର ପ୍ରଧାନ, ପ୍ରତିମା ଦାଶ,ଲୋକନାଥ ସେଠୀ,ସନ୍ତୋଷିନୀ ପାତ୍ର, ସନ୍ଧ୍ଯାରାଣୀ ବେହେରା,ପିଇଓ ସୁନିତା ବେହେରା,ନିରୁପମା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।ବିଦ୍ୟାଳୟର ଏନ୍ ସି ସି ଫାଷ୍ଟ ଅଫିସର ସୁଧାକର ବଳୀ ଉତ୍ସବକୁ ଶାନ୍ତିପୂର୍ଣ୍ଣ ପରିଚାଳନାରେ ସକ୍ରିୟ ଭୂମିକା ନିର୍ବାହ ସହ ସଂଯୋଜନା କରିଥିଲ। ଅନ୍ଯମାନଙ୍କ ମଧ୍ଯରେ ଅମରେଶ୍ବର ସାହୁ,ଗଗନ ନାହାକ, ପଦ୍ମନାଭ ମହାରଣା,ନିରଞ୍ଜନ ବାଡତ୍ଯା, ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ