ସମାଜସେବୀ ଗୌରୀ ପତ୍ରୀଙ୍କ ଦେହାନ୍ତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବଡପଣ୍ଡା ସ୍ୱର୍ଗତ ପରମାନନ୍ଦ ପତ୍ରୀଙ୍କ ପୁତ୍ରବଧୂ ଗୌରୀ ପତ୍ରୀଙ୍କର ୪୯ ବର୍ଷ ବୟସରେ ଶୁକ୍ରବାର ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେବ ଶ୍ୱାସଜନିତ ରୋଗରେ ପିଡିତ ଥାଇ ଚିକିତ୍ସାଧିନ ଥିଲେ । ତାଙ୍କ ବିୟୋଗ ଖବର ପାଇ ସହରର ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ସୁନ୍ଦରାପାଳସ୍ଥିତ ବାସଭବନରେ ପହଞ୍ଚି ସ୍ୱର୍ଗତା ପତ୍ରୀଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କର ଶେଷକୃତ୍ୟ ଗ୍ରାମ୍ୟ ଶ୍ମଶାନରେ ସମ୍ପନ୍ନ କରାଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭିର ଶୋକର ଛାୟା ଖେଳିଯାଇଛି । ସେ ଜଣେ ପରୋପକାରୀ, ଧର୍ମପ୍ରାଣା ଓ ମିଷ୍ଟଭାଷି ମହିଳା ଥିଲେ ।


