ଅର୍କ ଏକାଡେମୀ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ ପକ୍ଷରୁ ଗାନ୍ଧୀ ଓ ଶାସ୍ତୀ ଜୟନ୍ତୀ ପାଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅର୍କ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ପକ୍ଷରୁ ବୁଧବାର ମହାତ୍ମାଗାନ୍ଧୀଙ୍କ ୧୫୫ତମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଅନୁଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ଆଦିତ୍ୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପୋଲିସ ଡିଏସପି ସରିତା ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତିରପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୀବନଦର୍ଶ ଉପରେ ବିଭିନ୍ନ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହିତ ଛାତ୍ରଛାତ୍ରୀମାନଙ୍କ ଅବଗତି ନିମନ୍ତେ ସେମାନଙ୍କ ସୁରକ୍ଷା ପାଇଁ ଥିବା ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବୁଦ୍ଧିଜୀବୀ ଗୟାଧର ଧଳ, ସାମାଜିକ କାର୍ଯ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ଅମିତ୍ କୁମାର ମହାନ୍ତି ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅଧ୍ୟାପିକା ରିତାୟନୀ ସାହୁ ଉତ୍ସବ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ମୋନାଲି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସକାଳେ ଅଧ୍ୟାପକ ପପୁନ କୁମାର ସାହୁଙ୍କ ନେତୃତ୍ୱରେ ସହରର କଜଳା ଗ୍ରାମରେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱଛତା କାର୍ଯ୍ୟକ୍ରମରେ ସଫେଇ କରାଯାଇଥିଲା। ଏଥିରେ ଅଧ୍ୟାପିକା ରିତାୟନୀ ସାହୁ, ଅନିନ୍ଦିତା ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ମଲ୍ଲିକ, ନିୟୁଶ୍ରୀ ଜେନା, ମୋନାଲୀ ମହାପାତ,ପୁଷ୍ପାଞ୍ଜଳି ବିଶ୍ୱାଳ, ସସ୍ମିତା ପତି, ଶୁଭଶ୍ରୀ ଶୁଭସ୍ମିତା ବେହେରା ଓ ଅଧ୍ୟାପକ ସୁନିଲ କୁମାର ବରାଳ, ଅକ୍ଷୟ କୁମାର ବାରିକ, ପପୁନ କୁମାର ସାହୁ, ରମେଶ ଚନ୍ଦ୍ର ଦାଶ, ସୁରଜ ରାଉତ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ