ସୋସୋ ଠାରେ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ ସ୍ଥାନ ପରିଦର୍ଶନ କଲେ ବିଧାୟକ
ହାଟଡିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହି ବ୍ଲକ ସ୍ଥିତ ସୋସୋ ପଞ୍ଚାୟତର ଗ୍ରାମବାସୀ ମାନେ ସାଳନ୍ଦୀ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଦାବି କରିଆସୁଥିଲେ । ଅନୁଯାୟୀ ସାଳନ୍ଦୀ ନଦୀ ଉପରେ ଏକ ପୋଲ ନିର୍ମାଣ ହେଲେ ସ୍ଥାନୀୟ ଗ୍ରାମବାସୀବୃନ୍ଦ ଉପକୃତ ହେବା ସହ ସେମାନଙ୍କ ଚାଷଜମିକୁ ଯାତାୟାତ କରିବା ସୁବିଧା ହ ହୋଇପାରିବ । ଏନେଇ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟି ଦାବି ଜଣାଇ ଆସିଛନ୍ତି। ବିଧାୟକ ଅଭିମନ୍ୟୁ ସେଠୀ ଜନସାଧାରଣଙ୍କ ଅଭିଯୋଗ ପାଇ ଉକ୍ତ ପଞ୍ଚାୟତକୁ ଯାଇ ଗ୍ରାମବାସୀ ମାନଙ୍କ ଅଭିଯୋଗକୁ ଶୁଣି ପୋଲ ପାଇଁ ଦାବି କରୁଥିବା ସ୍ଥାନଟିକୁ ପରିଦର୍ଶନ କରିଥିଲେ । ନଦୀସେପଟେ ବାସ କରୁଥିବା ଲୋକଙ୍କୁ ଭେଟି ବର୍ଷାଦିନେ ଭୋଗୁଥିବା ସମସ୍ୟାକୁ ହୃଦୟଙ୍ଗମ କରିଥିଲେ। ସ୍ଥାନୀୟ ଲୋକଙ୍କ ଅସୁବିଧାକୁ ଦେଖି ପୋଲ ନିର୍ମାଣ ପାଇଁ ରାଜ୍ୟସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି ।


