ବଞ୍ଚୋ ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମ ସଭା ଓ ସ୍ଵଚ୍ଚତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ୍ ବାଞ୍ଚୋ ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମ ସଭା ଓ ସ୍ଵଚ୍ଚ୍ଛତା ହିଁ ସେବା କର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହିି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର , ନାୟବ ସରପଞ୍ଚ ବାସନ୍ତୀ ବେହେରା, ସନାତନ ଓଝା, ପଞ୍ଚାନନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ୱଚ୍ଛତା ଓ ସେବା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଗ୍ରାମପଞ୍ଚାୟତର ଉନ୍ନତି ପାଇଁ ସାଂସଦ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ସାଂସଦ ପ୍ରତିନିଧି ଘୋଷଣା କରିଥିଲେ। ଏହି ଅବସରରେ ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାରଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ହୃଷୀକେଶ ପରିଡ଼ା, ଅଲେଖ ବେହେରା, ଶ୍ରୀକାନ୍ତ ଜେନା, ଜଗନ୍ନାଥ ଦାସ, ଅକ୍ଷୟ ଖଟୁଆ, ଯଶୋଦା ରାଉତ, ଦୟାନିଧି ରାଉତ, ହରେକୃଷ୍ଣ ମୁଦୁଲି, କୀର୍ତ୍ତନ ବିହାରୀ ନାୟକ, ନବକିଶୋର ନାୟକ,ନକୁଳ ଚରଣ ରାଉତ, ଆସ୍ପେୟର ସୁନିଲ ବରାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ଙ୍କ ସମେତ ଏସ.ଏସ.ଜି ମହିଳା ପ୍ରମିଳା ବରାଳ, ଲିପିକା ମିଶ୍ର , ଡ଼ଲି ନାୟକ, ଫୁକନ ନାୟକଙ୍କ ଦ୍ଵାରା ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଖଗେଶ୍ବର ଜେନା , ମଣ୍ଟୁଳି ବରାଳ, ପ୍ରଦୀପ ରାଉତ, ରସାନନ୍ଦ ରାଉତ, ଦୁର୍ଯ୍ୟୋଧନ ନାୟକ , ନାକଫୋଡି ଜେନା, ଖଗେଶ୍ବର ଜେନା, ପ୍ରଦୀପ କୁମାର ଜେନା, ଅଲେଖ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପିଇଓ ଜିତେନ୍ଦ୍ର ଜେନା, କନିଷ୍ଠ ଯନ୍ତ୍ରୀ ଶାଶ୍ଵତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ