ଗଞ୍ଜାମ ଏନଏସିରେ ସ୍ଵଛ ଭାରତ ଦିବସ ପାଳିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସିରେ ସ୍ଵଛ ଭାରତ ଦିବସ ପାଳିତ ହୋଇଯାଇଛି lଗଞ୍ଜାମ ଏନଏସି ପରିସରରେ ଅଧକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଦିବସରେ ମୁଖ୍ୟ ଅତିଥି ରୂପେ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଆଜିର ସମୟରେ ପରିବେଶ ସୁରକ୍ଷା ଓ ସ୍ଵଛତା ବଡ଼ ଆହ୍ବାନ l ଆଜି ସେବା ମନବୃତ୍ତି ନେଇ ପ୍ରତ୍ୟକ ସାମିଲ ହୋଇଛନ୍ତି l ଶ୍ରେଷ୍ଠ ଭାରତ ପାଇଁ ସ୍ଵଛ ଭାରତ ହେବାକୁ ପଡିବ ବୋଲି କହିଥିଲେ l ସମ୍ମାନିୟ ଅତିଥି ରୂପେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ l ଏଡିଏମ -ସୁଧଂଶୁ ଶେଖର ଭୋଇ, ଡୁଡା -ପିଡି -ରବୀନ୍ଦ୍ର କୁମାର ପଟେଲ, ଉପାଧ୍ୟାକ୍ଷା ସୁରେନ୍ଦ୍ର କୁମାର ବାରିକ ମଞ୍ଚାସିନ ହୋଇଥିଲେ lକାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣାଡାଙ୍ଗୁଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l କନିଷ୍ଠଯନ୍ତ୍ରୀ ଇଂ. ମାନସ ରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ କାଉନସିଲର ପୁରୁଷୋତ୍ତମପୁର ସାହୁ, ଅରୁଣ ପଣ୍ଡା, ମୋହନ ରେଡ୍ଡୀ,ସଂଯୁକ୍ତା ଦାସ,ରିତାଦେବୀ ମହାରଣା, ସୁଜାତା ମହାନ୍ତି, ମହାଲକ୍ଷ୍ମୀ ନାୟକ,ଉପସ୍ଥିତ ଥିଲେ lଏହାକୁ ସିଓ ଅଞ୍ଜଳି ପାଢ଼ୀ,ପରିମଳ ଏକ୍ସପୋର୍ଟ ନମେସ କୁମାର, ସମୀର ସାହୁ, ଏକାଉଣ୍ଟେଣ୍ଟ ଏମ.ଶୈଳାଜା, ସିଏମଏମ ଭାଗ୍ୟଶ୍ରୀ ନାୟକ,ପ୍ରମୁଖ ସମେତ ଅନ୍ୟ କର୍ମଚାର ସହଯୋଗ କରିଥିଲେ l ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ଉପବାଚସ୍ପତିଙ୍କୁ କଲେଜ଼ ଛକ ଠାରୁ ଏକ ଶୋଭାଯାତ୍ରାରେ ଅଣାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ