ଦୁଇ ମନ୍ତ୍ରୀଙ୍କ ଦ୍ୱାରା ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିବା ୩ଟି ପ୍ରକଳ୍ପର ଶୁଭ ଉଦଘାଟନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଏନଏସିର ୱାର୍ଡ ନଂ ୧୪ ସ୍ଥିତ ନ୍ୟୁ ପୋଲିସ ଲାଇନରେ ୧.୮ ଏକର ଜାଗାରେ ୩ କୋଟି ରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧିନ ୱାଣ୍ଡେର ସ୍ମାର୍ଟ ପାର୍କକୁ ଆଜି ଗୃହ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ବାଣିଜ୍ୟ ,ସଡକ ପରିବହନ ଓ ଇସ୍ପାତ ଏବଂ ଖଣି ମନ୍ତ୍ରୀ ବିଭୂତି ଭୁଷଣ ଜେନା ଯୋଗଦେଇ ଏହାର ଶୁଭଉଦଘାଟନ କରିଛନ୍ତି। ଏହାସହ ୭ ଲକ୍ଷ ଟଙ୍କା ବ୍ୟାୟରେ ମେଜର ଧ୍ୟାନ ଚାନ୍ଦଙ୍କ ପ୍ରତିମୂର୍ତୀ ଓ ୬୫ ଲକ୍ଷ ବ୍ୟାୟରେ ପରିବା ମାର୍କେଟର ମଧ୍ୟ ଉଦଘାଟନ ହୋଇଯାଇଛି। ପରେ ସ୍ମାର୍ଟ ପାର୍କ ବୁଲି ଦେଖିଥିଲେ ଉଭୟ ମନ୍ତ୍ରୀ। ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗୃହ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ନିଜ ଅଭିଭାଷଣରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ , ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ଡୁଡା ପିଡି ରବିନ୍ଦ୍ର କୁମାର ପଟେଲ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପା ରାଓ, ଏନଏସି କାର୍ଯ୍ୟ ନିର୍ବାହି ଅଧିକାରୀ ୟାସିର ବିଲ୍ଲାଲ ଅହମ୍ମଦ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ସମେତ କାଉନସିଲରମାନେ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଯଦି ଛତ୍ରପୁର ଏନଏସି ମୁନିସିପାଲଟି ପାଇବା ପାଇଁ ଯୋଗ୍ୟତା ଥିବ ଜଲଦି ଏହାର ମାନ୍ୟତା ମିଳିବ ବୋଲି ମନ୍ତ୍ରୀ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ