ପର୍ଯ୍ୟଟନ ବିଭାଗର ଅଡୁଆଳରେ ଗୋପବନ୍ଧୁଙ୍କ କର୍ମସ୍ଥଳୀ ଡଭାର

ଗୋପ, (ୱାଏନଏସ) ଆବାହନ କାଳରୁ ଅବହେଳିତ ଓ ପଛୁଆ ଅଞ୍ଚଳର  ମାନ୍ୟତା ପାଇଥିବା ଗ୍ରାମଟି ହେଲା ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଡଭାର ଗ୍ରାମପଞ୍ଚାୟତ l ଉକ୍ତ ଗ୍ରାମର ଭୌଗଳିକ ସ୍ଥିତି ଦେଖିଲେ ଅନୁମାନ କରିହେବ ଗ୍ରାମର ସ୍ଥିତି କିପରି ହୋଇଥିବ l ଉଭୟ ପାର୍ଶ୍ଵ ରେ ଏକାଧିକ ନଦୀ ପ୍ରଭାହିତ ହେଉଥିବାରୁ ବର୍ଷା ସମୟରେ ଜଳମଗ୍ନ ହୋଇରହିଥାଏ l ଉକ୍ତ ଗ୍ରାମବାସୀ ମାନେ ସଦାସର୍ବଦା ଅନ୍ୟର ସହାୟତା ର ଅପେକ୍ଷା ରେ ରହିଥାନ୍ତି ଅନେକ ବର୍ଷ ପୂର୍ବର କଥା ଡଭାରବାସୀ ଙ୍କ ସମସ୍ୟା ଦେଖି ଏକ  ମିସିନାରୀ ସଂସ୍ଥା ପ୍ରଥମେ ସହାୟତା ର ହାତ ବଡଇଥିଲା l କିନ୍ତୁ ତାଙ୍କର ଲକ୍ଷ ଥିଲା ଭିର୍ନ୍ନ  ଏହା ବେଶ ଅନୁଭବ କରିଥିଲେ ସେତବେଳେ ପଣ୍ଡିତ  ଉତ୍କଳମଣି ଗୋପବନ୍ଧୁ ଦାସ l ଏଣୁ ସିଏ ତାଙ୍କ ସହିତ ନିଜକୁ ସାମିଲ କରିବା ସହିତ ନିଜର ଜୀବନଶୈଳୀ କୁ  ସମାଜ ରେ ଅବହେଳିତ ଓ ନିଷ୍ପେସିତ ଅବସ୍ଥାରେ ରହୁଥିବା ବ୍ୟକ୍ତି ବିଶେଷ ଙ୍କ ପାଇଁ  ଉତ୍ସର୍ଗକୃତ କରିଥିଲେ l ଆଉ ସେଥିପାଇଁ ତାଙ୍କର କର୍ମଭୂମି ଭାବେ ଡଭାର କୁ ବାଛିଥିଲେ l ବିଭିର୍ନ୍ନ ଅଞ୍ଚଳରୁ ଚୁଡା ଚାଉଳ ସଂଗ୍ରହ କରି ଡଭାର ଗ୍ରାମ କୁ ଆସନ୍ତି ଯେପରି କେହିଁ ଭୋକ ଉପାସରେ ନା ରୁହନ୍ତୁ ସେଥିପାଇଁ ସଦାସର୍ବଦା ଉକ୍ତ ଗ୍ରାମ ଉପରେ ତାଙ୍କର ନଜର ଥାଏ l ଯଦିଓ ଗୋପବନ୍ଧୁ ଦାସ ଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ ଗ୍ରାମ ହୋଇଥିଲା କିନ୍ତୁ ତାଙ୍କର କର୍ମସ୍ଥଳୀଥିଲା ତଭାର । ନିଜର ଜନ୍ମିତ ପୁତ୍ର ର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଜଟିଳ ଥିବା ସତ୍ତ୍ୱେ ଡଭାର ବାସୀ ଙ୍କୁ ସଦାସର୍ବଦା ସମସ୍ତ ସହାୟତା ର ହାତ ବଡାଇଥିଲେ l ଆଜି ସେହିଁ ମୋହନ ବ୍ୟକ୍ତିତ୍ୱ ଙ୍କ କର୍ମକ୍ଷେତ୍ର ଟି ସମ୍ପୂର୍ଣ୍ଣ ବାହ୍ୟ ଜଗତ ରୁ ସେତେ ଯେପରି ବିଚିର୍ଣ୍ଣ l  ତତ୍କାଳୀନ ସରକାର ଙ୍କ ସମୟରେ ତାଙ୍କ ଜନ୍ମସ୍ଥଳୀକୁ ଗୁରୁତ୍ଵ ଦେଇଥିଲେ ଆଉ ସେଠାରେ ସମସ୍ତ ବ୍ୟବସ୍ତା ମଧ୍ୟ କାଟିଛନ୍ତି l ସେଥିପାଇଁ ଉକ୍ତ ଗ୍ରାମ ର ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ଦୀର୍ଘ 2 ମାସ ହେଵ କଠିନ ପରିଶ୍ରମ କରିଥିଲେ l ଯେପରି ଗୋପବନ୍ଧୁ ଙ୍କ କର୍ମସ୍ଥଳୀକୁ ଗୁରୁତ୍ଵ ଦିଆଯିବ ସେଥିପାଇଁ ଗ୍ରାମ ର ଯୁବକ ସଂଘ ପକ୍ଷରୁ ଦଳମତ ନିର୍ବିଶେଷରେ ସରପଞ୍ଚ ଙ୍କ କଥାମୁତାବକ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରୀତ କରିଥିଲେ l ଯୁବକ ସଂଘ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା l ଉପ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟସୂଚୀ ଅନୁଯାଇ ପଣ୍ଡିତ ଉକ୍ତଳମଣୀ ଗୋପବନ୍ଧୁ ଦାସ 147 ତମ ଜନ୍ମଜୟନ୍ତୀ କୁ ସରକାରୀ କାର୍ଯ୍ୟକ୍ରମ ଅନୁଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା l ଗତ 9 ତାରିଖ ରେ  ଡଭାର ଗ୍ରାମ ରେ ପାଳିତ କରିବାପାଇଁ ବହୁ ଆୟୋଜନ ମଧ୍ୟ  କରିଥିଲେ ଯୁବକ ସଂଘ ପିଲାମାନେ l କିନ୍ତୁ ସେହିଁ ଦିନ ସୁଭଦ୍ରା ଯୋଜନା ର ଦ୍ୱତୀୟ କିସ୍ତି ଟଙ୍କା ହିତାଧିକାରୀ ଙ୍କୁ ପ୍ରଦାନ କରିବାପାଇଁ ବାରିପଦା ରେ ଏକ କାର୍ଯ୍ୟକ୍ରମ ରେ ଅନେକ ବିଳମ୍ବ ହେତୁ ଡଭାର କୁ ଆସିନଥିଲେ l ଡଭାର  ଠାରେ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସ ଙ୍କର ଏକ ପ୍ରତିମୃତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ନିମନ୍ତେ ସରକାରୀ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ଥିବା ସତ୍ତ୍ୱେ ନ ଆସିବାରୁ l ତାଙ୍କ   ଅନୁପସ୍ଥିତ ରେ ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷୟତା ସଭା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା l ଏଥିରେ ଏଗାର ନମ୍ବର ଜିଲ୍ଲାପରିଷଦ ଜୋନ ର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ଗୋପ ବିକାଶ ପରିଷଦ ର ନରେନ୍ଦ୍ର ଦାଶ ଓ ସତ୍ୟପ୍ରିୟ ନାୟକ, ସରପଞ୍ଚ ଓ ସମିତି ସଭ୍ୟ ଏବଂ ଗୋପବନ୍ଧୁ ଯୁବକ ସଂଘ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ l ଯୁବକ ସଂଘ ର ସଭାପତି ଜିତେନ୍ଦ୍ରିୟ ବେହେରା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଅନୁପସ୍ଥିତି ଉପସ୍ଥିତ ହଜାର ହଜାର ସଂଖ୍ୟକ ମହିଳା ଓ ପୁରୁଷମାନଙ୍କୁ ଅଧର୍ଯ୍ୟ ନା ହେଵା ପରାମର୍ଶ ଦେଇଥିଲେ l ଦୀର୍ଘ ବର୍ଷଧରି ଆମ ପୂର୍ବପୁରୁଷମାନେ ଠାରେ ଅବହେଳିତ ଦୁଃଖ କଷ୍ଟ ଠାରୁ କଣ ଅଧିକ କଷ୍ଟ ଲାଗିବ ଉପ ମୁଖ୍ୟମନ୍ତ୍ରୀ ଙ୍କ ଅନୁପସ୍ଥିତ l ଆଜି ଅଵେଲେନାହିଁ ଆଗାମୀ ଦିନରେ ନିଶ୍ଚିତ ଆମ ଗାଁ କୁ ଆସିବେ ଆଉ ତାଙ୍କ ଅନୁପସ୍ଥିତ ରେ ମଞ୍ଚାସୀନ ଅତିଥି ଙ୍କ ମଧ୍ୟରେ ସୂଚିତ କରିଥିଲେ, ଶ୍ରୀମତୀ ପରିଡା ଯଦି ଗୋପବନ୍ଧୁ ଙ୍କ ଦ୍ଵାରା କେବେ ଅନୁପ୍ରାଣିତ ହୋଇଥିବେ ନିଶ୍ଚିତ ଗୋପବନ୍ଧୁ ଙ୍କ କର୍ମକ୍ଷେତ୍ର କୁ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିନେ l ଉପସ୍ଥିତ ହଜାର ହଜାର ସଂଖ୍ୟକ ମା ମାନ ମନ ଦୁଃଖ ରେ ନ ଖାଇ ନ ପିଇ ଘର ଫେରିବାର ଦୃଶ୍ୟ ଅତ୍ୟନ୍ତ କଷ୍ଟଦାୟକ ଥିଲା l ଏ ସବୁ ଦୃଶ୍ୟ ଦେଖି ବନରଞ୍ଜନ ପଟ୍ଟନାୟକ କଥା ଦେଇଥିଲେ ନିଶ୍ଚିତ ଶ୍ରୀମତୀ ପରିଡା ଡଭାର ଗ୍ରାମକୁ ଆସିବେ ଆଉ ଗୋପବନ୍ଧୁ ଙ୍କ କର୍ମକ୍ଷେତ୍ର କୁ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ