୨୪ରେ ଉପକୂଳଛୁଇଁବ ପବନବେଗ ୧୦୦ରୁ ୧୨୦କିମି ଭୀଷଣବର୍ଷା ସମ୍ଭାବ
ଭୁବେନେଶ୍ୱର,(ୱାଏନଏସ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପନେଇ ସ୍ଥଳ ଭାଗକୁ ଆସିବାର ସମ୍ଭାବନାରହିଛି । ବାତ୍ୟାର ଗତି ସମ୍ପର୍କରେ ରବିବାର ସ୍ପଷ୍ଟସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) । ଆସନ୍ତା ୨୩ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ବାତ୍ୟା ବୋଲି କହିଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ବାତ୍ୟା ଏବଂ ୨୪ ତାରିଖ ସକାଳ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର ଅର୍ଥାତ୍ ଓଡ଼ିଶା-ପଶ୍ଚିମବଙ୍ଗକୁ ଲାଗି ରହିଥିବା ବଙ୍ଗୋପସାଗରରେ ପହଞ୍ଚିବାନେଇ ପୂର୍ବନୁମାନ କରାଯାଉଛି ।
ଏନେଇ ଅଧିକ ସୂଚନାଦେଇ ମହାପାତ୍ର କହିଛନ୍ତି ଯେ, ଗତକାଲି
କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା
ତାହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଉତ୍ତର ଆଣ୍ଡାମାନସାଗର
ଏବଂ ଏହାର ନିକଟସ୍ଥ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରିଭୂତ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବ[ା ରହିଛି । ଏହା ଧିରେ ଧିରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳ ବେଳକୁ ଏକ ଅବପାତରେ ପରିଣତ ହେବ । ୨୩ ତାରିଖରେ ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ଏହା ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ। ପରେ ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗରେ ଗତି କରିବ ୨୪ ତାରିଖ ସକାଳ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର ଅର୍ଥାତ୍ ଓଡ଼ିଶା-ପଶ୍ଚିମବଙ୍ଗକୁ ଲାଗି ରହିଥିବା ବଙ୍ଗୋପସାଗରରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ଏହାର ପ୍ରଭାବରେ ସମୁଦ୍ର ଧିରେ ଧିରେ ଅଶାନ୍ତ ହେବ । ପବନର ବେଗ ବଢିବ । ୨୩ ତାରିଖ ସନ୍ଧ୍ୟା ଠାରୁ ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି. ରହିବ ପରବର୍ତ୍ତୀ ସମୟରେ ପବନର ବେଗ
କ୍ରମଶଃ ବୃଦ୍ଧି ପାଇବ ୨୪ ତାରିଖ ରାତି ବେଳକୁ ପବନର ବେଗ ଘଣ୍ଟା
ପ୍ରତି ୧୦୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଉଛି
। ସେହିପରି ୨୩ ତାରିଖ ଠାରୁ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବ । କିଛି ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ୨୪ ଓ ୨୫ ତାରିଖରେ ଅଧିକ ବର୍ଷା ଓ ଅଧିକ ପବନ ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା
ହୋଇପାରେ। ଏପରିକି ଆଉ କେତେକ ସ୍ଥାନରେ ୩୦ ସେମି ପର୍ଯ୍ୟନ୍ତ
କିମ୍ବା ୩୦ ସେମିରୁ ଅଧିକ ବର୍ଷା ହୋଇପାରେ । ଏହି ସମୟରେ
ସମୁଦ୍ର ଅଶାନ୍ତ ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର
ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳକୁ ସତର୍କ ସୂଚନା ଜାରି କରାଯାଇଛି । ଆସୁଥିବା ବାତ୍ୟା ଓ ବର୍ଷାର
ମୁକାବିଲା ଲାଗି ପ୍ରସ୍ତìତି ଆରମ୍ଭ କରିଛନ୍ତି ସରକାର। ଏନେଇ ରାଜସ୍ୱ
ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ସରକାର
ପ୍ରସ୍ତìତ। ଭୟଭୀତ ହେବାର ଆବଶ୍ୟକ ନାହିଁ। ଏନଡିଆରଏଫ ଓ ଓଡ୍ରାଫ ସହ ଜରୁରୀକାଳୀନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଜାଗ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସବିଶେଷ ତଥ୍ୟ ନେବା ପାଇଁ
ସୋମବାର ୧୧ଟାରେ ବୈଠକ ଡକାଯାଇଛି। ବାତ୍ୟା ମୁକାବିଲା ପାଇଁ
ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତାରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ
ହୋଇଥିଲା। ଲୋକସେବା ଭବନରେ ବୈଠକ ବସିଥିଲା। ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ବିଭାଗୀୟ ସଚିବ ମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ରାଜସ୍ୱ, ଶକ୍ତି, କୃଷି, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ ଭଳି ବିଭିନ୍ନ ବିଭାଗର ସଚିବ ମାେନେ ଉପସ୍ଥିତ
ଥିଲେ। କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ
ଚେତାବନି । ସମ୍ଭାବ୍ୟ ବାତ୍ୟାକୁ ଦେଖି ତାଗିଦ କରିଛନ୍ତି ମନ୍ତ୍ରୀ। ଅସାଧୁ
ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଖାଦ୍ୟ
ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ରଖିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାରୀ ନ ହୁଏ, ସେଥିପାଇଁ ନଜର ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। କେତେକ ସ୍ଥାନରେ ପ୍ରବଳ
ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଓ ୨୫ ତାରିଖରେ ଓଡ଼ିଶାରେ ଅଧିକ ବର୍ଷା ହେବ। ବିଶେଷ କରି ଉପକୂଳବର୍ତ୍ତୀ ଓଡ଼ିଶାରେ ଅଧିକ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଓଡ଼ିଶାରେ ଅଧିକ ବର୍ଷା ହେବ। କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହେବ। ଏପରିକି ଆଉ କିଛି ସ୍ଥାନରେ ୩୦ ସେମିରୁ ଅଧିକ ବର୍ଷା ହେବ ବୋଲି ସମ୍ଭାବନା ରହିଛି.