ଫାଇନାନ୍ସ କମ୍ପାନୀର ଋଣ କିସ୍ତି ଟଙ୍କା ଅସୁଲ କରିବାକୁ ଆସି ଆକ୍ରମଣର ଶିକାର ହେଲେ ଶାଖା ପରିଚାଳକ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ଅଧୀନସ୍ଥ ଗଡିଗାଁ ପଞ୍ଚାୟତର ମାହାଲି ସାହିକୁ ଋଣ କିସ୍ତି ଟଙ୍କା ଅସୁଲ କରିବାକୁ ଆସିଥିବା ଜଣେ ଶାଖା ପରିଚାଳକ ଓ ତାଙ୍କର ଜଣେ କର୍ମଚାରୀକୁ ହଟହଟା ଓ ଆକ୍ରମଣର ଶିକାର ହୋଇଥିବା କଥା ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗଡିଗାଁ ପଞ୍ଚାୟତର ହାଣ୍ଡିଭଙ୍ଗା ଗ୍ରାମର ରିନା ମଳିକ୍ ଓ ଚମ୍ପା ମଳିକ୍ ନାମକ ଦୁଇଜଣ ମହିଳା ସ୍ଵତନ୍ତ୍ର ଫାଇନାନ୍ସ କମ୍ପାନୀରୁ ଋଣ ଆକାରରେ ଅଛି ଟଙ୍କା ଗ୍ରହଣ କରିଥିଲେ। ତାଙ୍କର ମାସକୁ ପଡୁଥିବା କିସ୍ତି ଟଙ୍କା ଅସୁଲ କରିବା ପାଇଁ ସଂପୃକ୍ତ ଶାଖାର ପରିଚାଳକ ଓ ତାଙ୍କର ଜଣେ କର୍ମଚାରୀ ଉକ୍ତ ଗ୍ରାମରେ ପହଂଚି ଥିଲେ ଓ ଏଥିପାଇଁ ପୂର୍ବରୁ ଋଣ ନେଇଥିବା ମହିଳାମାନଙ୍କ ସହ ଯୋଗାଯୋଗ କରି ତାଙ୍କ କଥା ମୁତାବକ ଯାଇଥିବା କଥା ପ୍ରକାଶ କରିଛନ୍ତି। ମାତ୍ର କର୍ମଚାରୀ ଦ୍ବୟ ସେଠାରେ ପହଞ୍ଚିଥିଲା ପରେ ମହିଳା ଦ୍ବୟ ଋଣ ଉଠାଇ ସେଇ ପଞ୍ଚାୟତର ଡେଙ୍ଗାଶୋଳ ମାହାଲି ସାହିର କାହ୍ନା ମାହାଲି ନାମକ ଜୈନେକ ବ୍ୟକ୍ତିଙ୍କୁ ଦେଇଥିବା କଥା କହିଥିଲେ। ମହିଳା ଦ୍ବୟ ଏହା ମଧ୍ୟ କହିଥିଲେ ଯେ ଫାଇନାନ୍ସ କର୍ମଚାରୀମାନେ ଯଦି ତାଙ୍କ ସହ କାହ୍ନା ଘରକୁ ଯାଆନ୍ତି ଓ ତାଙ୍କୁ ଏ ବାବଦରେ ବୁଝାସୁଝା କରନ୍ତି ତେବେ କିସ୍ତି ଟଙ୍କା ଆଦାୟ ହେବାର ସମ୍ଭାବନା ରହିଛି। ତେଣୁ ଶାଖା ପରିଚାଳକ ସଞ୍ଜୟ ସାହୁ ଓ ଫିଲ୍ଡ ଅଫିସର କାହ୍ନା ଘରକୁ ଯାଇଥିଲେ। ମାତ୍ର ସମ୍ପୃକ୍ତ ଯୁବକ କାହ୍ନା, ତାଙ୍କ ଭାଇ ମଙ୍ଗଲ୍ ମାହାଲି ଓ କାହ୍ନାଙ୍କର ଜଣେ ସହଯୋଗୀ ନିକଟସ୍ଥ ଗ୍ରାମ ଚିତ୍ରଡାର ପ୍ରଦୀପ ବେହେରା ଓରଫ୍ ଲୁନା ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ଘଟଣାକୁ ପୋଲିସ ଗମ୍ଭୀରତାର ସହ ନେଇ ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଜାରିରଖିଛି । ମାତ୍ର ଏଠାରେ ଆଲୋଚ୍ୟର ବିଷୟ ଅନେକ ଫାଇନାନ୍ସ କମ୍ପାନୀ ହୋମ୍ ସର୍ଭିସ୍ ମାଧ୍ୟମରେ ଆବଶ୍ୟକ କରୁଥିବା ଲୋକଙ୍କୁ ଟଙ୍କା ପ୍ରଦାନ କରିଥାଏ ଓ ଅନେକ ବେକାର ଯୁବକ ଉକ୍ତ ସଂସ୍ଥାରେ କାମକରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି ତେଣୁ ବାସ୍ତବରେ ଯଦି ସେପରି କିଛି ଘଟିଥାଏ ତାହା ନିଶ୍ଚିତ ବିଚାର ସାପେକ୍ଷ ହେବା ଉଚିତ୍। ଅନ୍ୟ ପାଶ୍ୱର୍ରେ ସାଧାରଣରେ ଯାହା ଚର୍ଚ୍ଚା ହେଉଛି ଫାଇନାନ୍ସ କମ୍ପାନୀ ଗୁଡ଼ିକ ଋଣ ଦେଲାବେଳେ କୈ।ଣସି ପୁରୁଷ ମାନଙ୍କୁ ଏଥିରେ ସାମିଲ କରନ୍ତି ନାହିଁ କି ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କୁ ମଧ୍ୟ ଏ ବିଷୟରେ ଆଦୈ। ଅବଗତ କରାନ୍ତି ନାହିଁ। ତେଣୁ ଫାଇନାନ୍ସ କର୍ମଚାରୀ ଦ୍ବୟ କେଉଁ ଆଧାରରେ ଅନ୍ୟ ଏକ ବ୍ୟକ୍ତି ପାଖକୁ ଯାଇ ହଟହଟା ହେବା ସହ ଆକ୍ରମଣର ଶିକାର ହେଲେ ତାହା ବୁଦ୍ଧିଜୀବୀଙ୍କୁ ଚକିତ କରିଛି.