ପ୍ରଥମ ପର୍ଯ୍ୟାୟରେ କ୍ଷୟକ୍ଷତିର ଆକଳନ କଲା ପ୍ରଶାସନ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ବ ବାତ୍ୟା ଦାନା ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ବ୍ଲକ ପ୍ରଶାସନ ରିପୋର୍ଟ ପ୍ରଦାନ କରିଛି । ଏଥିରେ ୧୧ଟି ବିଦ୍ୟୁତ ଖୁଣ୍ଟ, ୫ଟି ଏଲ.ଟି ଖୁଣ୍ଟ, ୨୩ଟି ଚାଳ ଘର ଭାଙ୍ଗିଥିବାବେଳେ ଓ ଗୋଟିଏ ଗାଈର କାନୁପତି ମୃତ୍ୟୁ ଘଟିଛି । ପ୍ରଶାସନ ପକ୍ଷରୁ କରା ଯାଇଥିବା ଅସ୍ଥାୟସ୍ଥଳୀ ଓ ବହୁମୁଖୀ ଆଶ୍ରୟସ୍ଥଳୀ ରେ ୧୭୪୭ ଜଣ ପୁରୁଷ ଓ ମହିଳା, ୩୯୨ଜଣ ଛୋଟପିଲା ରହି ଶୁଖୁଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଖାଇଥିବା ନେଇ ପ୍ରଶାସନ ରିପୋର୍ଟ ପ୍ରଦାନ କରିଥିବା ବିଡିଓ ସୂଚନା ଦେଇଛନ୍ତି । ବଡ ଧରଣର କ୍ଷୟକ୍ଷତି ହୋଇନଥୁବା ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି । ସେହିପରି ୪୦୨ ହେକ୍ଟର ଚାଷ ଜମିରେ ପାଣି ମାଡି ଫସଲ ନଷ୍ଟ ହେବା ନେଇ ପ୍ରଥମ ପର୍ଯ୍ୟାୟରେ ଆକଳନ କରାଯାଇଥିବା କୃଷି ଅଧିକାରୀ ତ, ଦେବିପ୍ରସାଦ ଖୁଣ୍ଟିଆ କହିଛନ୍ତି। କିନ୍ତୁ ବାସ୍ତବରେ ଅଧିକାଂଶ ପଞ୍ଚାୟତରେ ଶତାଧିକ ଲୋକଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହେଉଛି। ବିଶେଷକରି ସୋସୋ, ପଢ଼ିଆରିପଲ୍ଲି, ବାଲିବରେଇ ଆଦି ପଞ୍ଚାୟତରେ ଅନେକ ଆଦିବାସୀ ଲୋକଙ୍କ ଚାଳଘର ଭାଙ୍ଗିଥିବା ଦେଖିବାକୁ ମିଳିଛି।