ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ସାନରାମଚନ୍ଦ୍ରପୁର ସରପଞ୍ଚ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ମନୋଜ କୁମାର ବେହେରା ଅନାସ୍ଥା ଭୋଟ ପୂର୍ବରୁ ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି l ଅନାସ୍ଥାକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ଦୂର ହୋଇଛି l ସରପଞ୍ଚ ମନୋଜକୁ ବିରୋଧ କରି ସମସ୍ତ ୱାର୍ଡସଭ୍ୟ ଅନସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ l ଏନେଇ ଆସନ୍ତା ୨୮ ତାରିଖ ସୋମବାର ଦିନ ଅନାସ୍ଥା ଭୋଟ ହେବ ବୋଲି ପ୍ରଶାସନ ପକ୍ଷରୁ ତାରିଖ ଧର୍ଯ୍ୟ ହୋଇଥିଲ l ଆଜି ସରପଞ୍ଚ ମନୋଜ ନିଜ ପଦବୀରୁ ଇସ୍ତଫା ଦେବାପରେ, ଛତ୍ରପୁର ଉପଜିଲ୍ଲାପାଳ ଚିଠି ନଂ -୮୯୮୨,ତା -୧୬.୧୦.୨୪,ରଖିରେ ନାୟବ ସରପଞ୍ଚ ଙ୍କୁ ଦାୟିତ୍ୱ ତୁଲାଇବାକୁ ଚିଠି କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ