ଟ୍ରଷ୍ଟ ପକ୍ଷରୁ ଆଦିବାସୀ ବସ୍ତିରେ ଶୁଖିଲା ଖାଦ୍ୟ ବଣ୍ଟନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ମରଡପୁରସ୍ଥିତ ଆଦିବାସୀ ବସ୍ତିରେ ଶୁଖିଲା ଖାଦ୍ୟ ଓ ବିସ୍କୁଟ ପ୍ୟାକେଟ୍ ବଣ୍ଟନ କରାଯାଇଛି । ବିଗତ ବାତ୍ୟା ଓ ପବନରେ କ୍ଷତିଗ୍ରସ୍ତ ହୋଇଥିବା ଏହି ବସ୍ତିର ୧୫ଟି ଗରିବ ପରିବାରର ଲୋକମାନଙ୍କୁ ଚୁଡା, ଚିନି ଓ ବିସ୍କୁଟ ପ୍ରଦାନ କରାଯାଇଥିଲା । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ଓ ସଦସ୍ୟ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ସେହି ବସ୍ତିରେ ପହଞ୍ଚି ଲୋକମାନଙ୍କୁ ଚୁଡା, ଚିନି ଓ ବିସ୍କୁଟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ