ନିରଂଜନ ମହିଳା ମହାବିଦ୍ୟାଳୟରେ ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ପରାମର୍ଶକ୍ରମେ ସ୍ଥାନୀୟ ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଗତ ୨୮ ତାରିଖ ଠାରୁ ଚାଲିଥିବା ଦୁର୍ନିତି ନିବାରଣ ସଚେତନତା ସପ୍ତାହ ତଥା ଜାଗରଣ ସତର୍କତା ସପ୍ତାହ ୨୦୨୪ ପାଳନ ଅବସରରେ ଶନିବାର ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ୍‍ ବାହିନୀ ଓ ଜାତୀୟ ସେବା ଯୋଜନାର ମିଳିତ ସହଯୋଗରେ ଗତ ୭ ଦିନ ଧରି ଅନୁଷ୍ଠିତ ହୋଇଥିବା ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍‍ ବାହିନୀର ସଂଯୋଜିକ ଅଧ୍ୟାପିକା ଲୀନା ଲିଲିୟାନ୍‍ ସଂଯୋଜନା କରିଥିଲା ବେଳେ ମୁଖ୍ୟ ଅତିଥି ରୂପେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଂଜୟ କୁମାର ମହାପାତ୍ର ଓ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଗଣେଶ୍ୱର ମାଝୀ ଯୋଗଦେଇ ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ କ୍ୟାନ୍‍ସର ଓ ମଧୁମେହ ରୋଗ ଯେପରି ଶରୀରକୁ ଦୁର୍ବଳ କରିବା ସହିତ ମୃତ୍ୟୁମୁଖକୁ ଟାଣିନେଇଥାଏ ସେହିପରି ଦୁର୍ନିତି ସମାଜକୁ ଦୁର୍ବଳ ଓ ଧ୍ୱଂସ କରିଦିଏ । ତେଣୁ ଜନସାଧାରଣଙ୍କ ହିତ ପାଇଁ ସୁସ୍ଥ, ନିରପେକ୍ଷ ଓ ସଚ୍ଚୋଟ ଭାବେ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଡଃ କେ.ଓମ୍‍ ନାରାୟଣ ରାଓ, ଡଃ ସରୋଜ କୁମାର ଜେନା, ଗୋପୀନାଥ କର, ଡଃ ପ୍ରମୋଦ କୁମାର ତିଆଡି, ପି.ପାଣ୍ଡବ ରେଡି, ସମୀର କୁମାର ଆଚାର୍ଯ୍ୟ, ଚିନ୍ମୟ କୁମାର ବାରିକ, ସନାତନ ପ୍ରଧାନ, ସୁଧାଂଶୁ କୁମାର ହୋତା, ଆଶୀର୍ବାଦ ମହାନ୍ତି, ଅଧ୍ୟାପିକା ଡଃ ସୁପ୍ରିୟା ଦାଶ, ଡଃ ଉର୍ମିଳା ମୁଦୁଲି, ଚାନ୍ଦିନୀ ସେଠୀ, ଡଃ ଜୟପ୍ରଦା ମହାପାତ୍ର, ମମତା ନିଶାଙ୍କ, ଶ୍ରଦ୍ଧାଞ୍ଜଳୀ ମଲିକ, ସେଫାଳୀ ସୁଚରିତା ପ୍ରଧାନ, ପ୍ରତିଭାରାଣୀ ନାୟକଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ