ସବୁଠୁ ଛୋଟ ହାତତିଆରି ଜଗନ୍ନାଥଙ୍କ ପ୍ରତିମା ତିଆରି ଗିନିଜ ବୁକରେ ସ୍ଥାନ ପାଇଲେ ତୁଷାର
କରଞ୍ଜିଆ, (ଜିତେନ୍ଦ୍ର ରାଜ): ଛୋଟ ବେଳୁ ମନରେ ପ୍ରଭୁ ଜଗନ୍ନାଥଙ୍କ ଦୃଢ ଭକ୍ତିସହ ପ୍ରଭୁଙ୍କ ସୁନ୍ଦର ସୁନ୍ଦର ବିଗ୍ରହ ଗଢିବା ନିଶା ଆଜି ଜଣେ ଭକ୍ତ କଳାକାରକୁ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନିତ କରିପାରିଛି।ତେବେ ଏଭଳି ଜଣେ ସଫଳ ଯୁବା ଶିଳ୍ପୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନମ୍ବର ୱାର୍ଡର ମେଣ୍ଢାଖାଇ ଅଞ୍ଚଳର ତୁଷାର ମହାନ୍ତି।ଛୋଟ ବୟସରେ ନିଜର ବଡବାପା ଯିଏକି ଜଣେ ପ୍ରତିଷ୍ଠିତ ମୂର୍ତ୍ତି କାରିଗର ଥିଲେ, ତାଙ୍କରି ଆଦର୍ଶ ଏବଂ ପ୍ରେରଣା ରେ ଆକୃଷ୍ଟ ହୋଇ, ବଡ ବାପାଙ୍କ ଭଳି ଲିମ୍ବ କାଠ ରେ ସୁନ୍ଦର ମୂର୍ତ୍ତି ଗଢିବା ଆରମ୍ଭ କରି ଜଗନ୍ନାଥ ଙ୍କ ଅସଂଖ୍ୟ ବିଗ୍ରହ ନିର୍ମାଣ କରିଥିବା ବେଳେ ଦୁନିଆର ସବୁଠାରୁ ଛୋଟ ୮ମି:ମି ର ମୂର୍ତ୍ତି କେବଳ ୧୫ମିନିଟ ୫୧ ସେକେଣ୍ଡ ରେ ଗଢ଼ି ଏସିଆ ବୁକ ଅଫ ରେକର୍ଡ ରେ ସ୍ଥାନ ହାସଲ କରିବା ର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ତୁଷାର ପ୍ରତିଟି ଥର ଲିମ୍ବକାଠ ରେ ଏମିତି କିଛି ନିଆରାକରି ଦେଖେଇଛନ୍ତି ଯେଉଁଥିରେ ସେ ପ୍ରଥମେ ଇଣ୍ଟର ନେସନାଲ ଵୁକ୍ ଅଫ ରେକର୍ଡ ଏବଂ ଦ୍ୱିତୀୟ ରେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନିତ ହୋଇଛନ୍ତି।ବର୍ତ୍ତମାନ ତୃତୀୟ ଥର ଉକ୍ତ ଏସିଆ ଗିନିଜ ବୁକ ଅଫ ରେକର୍ଡ ରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ତାଙ୍କର ଉକ୍ତ ସଫଳତା ତାଙ୍କୁ ବିଶ୍ୱ କଳାଜଗତ ରେ ପ୍ରତିଷ୍ଠିତ କରାଇଥବା ବେଳେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅଛୁଟିଛି।ଏନେଇ ଅଞ୍ଚଳ ବାସୀ ଗୌରବାନ୍ନିତ ମନେକରିବା ସହ ତୁଷାର ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।ତେବେ ଜଗନ୍ନାଥଙ୍କ ପ୍ରତି ଅଗାଢ ଭକ୍ତି କର୍ତ୍ତବ୍ୟ ନିଷ୍ଠା ସହ ପରିବାର ଏବଂ ଅଞ୍ଚଳବାସୀଙ୍କ ଉତ୍ସାହ ତାଙ୍କୁ ଏହି ସଫଳତା ଦେଇଥିବା ପ୍ରକାଶ କରିଛନ୍ତି ତୁଷାର।