ଓଡ଼ିଶା ରାଜ୍ୟ ଛାତ୍ରଛାତ୍ରୀ ବୃତ୍ତି ପୋର୍ଟାଲରୁ ପାଟପୁର କଲେଜ୍ ଯୁକ୍ତ ଦୁଇ ଉଭାନ୍
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ଛାତ୍ରବୃତ୍ତି ନିମନ୍ତେ ଓଡ଼ିଶା ରାଜ୍ୟ ଛାତ୍ରଛାତ୍ରୀ ବୃତ୍ତି ପୋର୍ଟାଲରୁ ପାଟପୁର କଲେଜ୍ ଯୁକ୍ତ ଦୁଇ ୱେବ ସାଇଟ୍ ଉଭାନ ହୋଇଥିବା ଜଣାପଡିଛି ।ଯାହା ଫଳରେ ଯୁକ୍ତ ଦୁଇ କଲେଜ୍ ଛାତ୍ର ଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବୃତ୍ତିରୁ ବଞ୍ଚିତହେବା ନେଇ ଅଭିଯୋଗ ହେଉଥିବା ଶୁଣିବାକୁ ମିଳୁଛି। ଆସନ୍ତା ଡ଼ିସେମ୍ବର ମାସ ୧୫ ତାରିଖ ସୁଦ୍ଧା ଛାତ୍ର ଛାତ୍ରୀଙ୍କ ବୃତ୍ତି ଆବେଦନର ସମୟସୀମା ରହିଥିବା ବେଳେ ୱେବ୍ ସାଇଟ୍ ରେ ଏଭଳି ତ୍ରୁଟି ହ୍ୟାଗ ହେବା ଚିନ୍ତାର ବିଷୟ ପାଲଟିଛି। ତେବେ ଛାତ୍ର ଛାତ୍ରୀଙ୍କ ବୃତ୍ତି ଆବେଦନ ନିମନ୍ତେ ଅଭିଭାବକଙ୍କ ନିକଟକୁ ଅଜଣା ନମ୍ବରରୁ କଲ୍ ଆସୁଥିବା ନେଇ ଅଭିଯୋଗ କରିଛନ୍ତି। ଏନେଇ କଲେଜ୍ ଅଧ୍ୟକ୍ଷ ପ୍ରଫୁଲ୍ଲ ମହାରଣାଙ୍କୁ ଯୋଗାଯୋଗ କରିବାରୁ କଲେଜ୍ ପୋର୍ଟାଲ ପାସୱାର୍ଡ କୌଣସି ଅଜଣା ବ୍ୟକ୍ତି ହ୍ୟାକ କରିଛନ୍ତି। ଆମେ ଜାଣିବା ପରେ ନୂତନ ଭାବେ ଆଇଡି ଖୋଲିଥିବା ସେ କହିଛନ୍ତି।କଲେଜର କର୍ମଚାରୀଙ୍କ ମଧ୍ୟରୁ କେହି ୱେବ୍ ସାଇଟ୍ (ଆଇଡି) ଦେଇଥିବା ନେଇ ଅଭିଯୋଗ ହୋଇଥିବା ନେଇ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ସଭାପତି ପ୍ରଦୀପ କୁମାର ବ୍ରହ୍ମାଙ୍କୁ ପଚାରିବାରୁ ସେ କହିଲେ ତଦନ୍ତ ଚଳାଇ ପ୍ରକୃତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ ଆବେଦନ ପ୍ରକ୍ରିୟା ଚାଲୁହେବ। କୌଣସି ଛାତ୍ର ଛାତ୍ରୀ ଏଥିରୁ ବଞ୍ଚିତ ରହିବେ ନାହିଁ।