ରାଜ୍ୟସ୍ତରୀୟ ସୁରଭିକୁ ଉନ୍ନିତ ସୁନାପୁଅ ଚନ୍ଦ୍ରଶେଖରଙ୍କୁ ଶୁଭେଚ୍ଛା

ଆସିକା, (ଯୁଗାବ୍ଦ ନ୍ୟୁଜ):ଶିକ୍ଷା ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକାରେ ଅନୁଷ୍ଠିତ ବ୍ଳକସ୍ତରୀୟ ଓ ବ୍ରହ୍ମପୁରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମରେ କନିଷ୍ଠ କୁଇଜ୍‍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ହୋଇ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମନୋନୀତ ହୋଇଥିବା ଆସିକା ବ୍ଳକ ଅନ୍ତର୍ଗତ ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଚନ୍ଦ୍ରଶେଖର ଜେନାଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସାଙ୍ଗକୁ ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ବାବନପୁର କ୍ଳଷ୍ଟରର ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିବଶଙ୍କର ଜେନା ଓ ଗୃହିଣୀ ଭାଗ୍ୟଲକ୍ଷ୍ମୀ ଜେନାଙ୍କ ସୁପୁତ୍ର ତଥା ଆସିକା ମାଟିର ସୁନାପୁଅ ମେଧାବୀ ଛାତ୍ର ଚନ୍ଦ୍ରଶେଖର ଜେନା ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବ୍ଳକ ଓ ଜିଲ୍ଲାସ୍ତରରେ ପ୍ରଥମ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବା ଚର୍ଚ୍ଚା ହେଉଛି । ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ହୋଇଥିବା ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଚନ୍ଦ୍ରଶେଖର ଜେନାଙ୍କୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରା, ସହକାରୀ ଶିକ୍ଷକ ଅନନ୍ୟା ରଥ, ସବିତା କୁମାରୀ, ମଧୁସୂଦନ ବେହେରା, ଅଜୟ କୁମାର ପରିଡା, ପ୍ରିୟଙ୍କା ପାତ୍ର, ମିନାକ୍ଷୀ ମହାପାତ୍ର, ଶୁଭମ୍‍ କୁମାର ପାଣିଗ୍ରାହୀ, ରାଜେଶ୍‍ କୁମାର ସ୍ୱାଇଁ, ଅନିତା ଜେନା, ରାଜେନ୍ଦ୍ର ବିଷୋୟୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିନନ୍ଦନ, ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ