ବାୟୁସେନା ଅଧିକାରୀଙ୍କ ଦ୍ୱାରା କ୍ୟାରିଅର କାଉଁସିଲିଂ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ଵାଳ):ଆଜି ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭାରତୀୟ ବାୟୁ ସେନା ତରଫରୁ ବାମନଘାଟି ଉପଖଣ୍ଡର ବିଜାତଳା ର କେସିଡିସି ମହାବିଦ୍ୟାଳୟ, ରାଇରଙ୍ଗପୁର ମହାବିଦ୍ୟାଳୟ ଓ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ଭାରତୀୟ ବାୟୁ ସେନାର ବିଭିନ୍ନ ବୈଷୟିକ ତଥା ଅଣ ବୈଷୟିକ ଚାକିରୀରେ ଭର୍ତ୍ତି ପାଇଁ ବାୟୁସେନା ର ଅଧିକାରୀ ମାନଙ୍କ ଦ୍ୱାରା କ୍ୟାରିଅର କାଉଁସିଲିଂ(ବୃତ୍ତି ପରାମର୍ଶ) କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ୯- ଏଆରମେନ ସିଲେକ୍ସନ ସେଣ୍ଟରର ବାୟୁ ସେନା ସରଜେଣ୍ଟ ରବି ସିଂ, ସରଜେଣ୍ଟ ବିପିନ ସାହୁ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ ଅଧିକାରୀ ଆଶିଷ ବସନ୍ତିଆ ପିଲାମାନଙ୍କ ସହିତ କାଉଁସିଲିଂ କରିଥିଲେ ।ବିଶେଷ କରି +2 ଉତ୍ତୀର୍ଣ୍ଣ ହେବା ପରେ ଯୁବକ ଯୁବତୀ ମାନେ ଭାରତୀୟ ବାୟୁସେନା ର ଅଗ୍ନିବୀର ପାଇଁ କିପରି ଆବେଦନ କରିବେ ଓ ଏଥିପାଇଁ ଅନ୍ୟାନ୍ୟ ଯୋଗ୍ୟତା ସୂଚକ ମାପକାଠି ସମ୍ଭନ୍ଧ ରେ ବାୟୁସେନାର ଅଧିକାରୀ ମାନେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ତତସହିତ ବାୟୁ ସେନା ରେ ରହିଥିବା ବିଭିନ୍ନ ପଦ ପଦବୀର ଚାକିରୀ ରେ ପ୍ରବେଶ କରିବା ନିମନ୍ତେ ଶିକ୍ଷାଗତ ଯୋଗ୍ୟତା, ଶାରୀରିକ ଗଠନ ଯୋଗ୍ୟତା, ବୈଷୟିକ ଶିକ୍ଷାଗତ ଯୋଗ୍ୟତା ଇତ୍ୟାଦି ଉପରେ ଆଲୋକପାତ କରିବା ସହିତ ଚାକିରୀର ସର୍ତ୍ତାବଳି ଓ ଭବିଷ୍ୟତର ପଦନ୍ନତି ସମ୍ଭନ୍ଧ ରେ ଆଲୋଚନା କରିଥିଲେ । ଏଥି ସହିତ ପିଲାମାନଙ୍କ ସହିତ ଭାବ ବିନିମୟ ଜରିଆରେ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇ ପିଲାମାନଙ୍କ ସନ୍ଦେହ ଦୂରୀଭୂତ କରିଥିଲେ ଏବଂ ଆଗାମୀ ସମୟରେ ବହୁ ସଂଖ୍ୟାରେ ଆବେଦନ ପାଇଁ ଉତ୍ସାହିତ କରିଥିଲେ । ଉକ୍ତ କ୍ୟାରିଅର ପରାମର୍ଶ କାର୍ଯ୍ୟକ୍ରମ ରେ କେସିଡିସି କଲେଜ ର ୨୦୦ ଜଣ , ରାଇରଙ୍ଗପୁର କଲେଜର ୧୬୦ ଜଣ ଓ ରାଇରଙ୍ଗପୁର ମହିଳା କଲେଜର ୧୮୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନଙ୍କ ପରାମର୍ଶ କ୍ରମେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ର ଛାତ୍ରଙ୍କୁ ମଧ୍ୟ ସେନା ଅଧିକାରୀ ମାନେ ବାୟୁ ସେନା ରେ ବିଭିନ୍ନ ଚାକିରୀ ରେ ଭର୍ତ୍ତି ପାଇଁ ବର୍ତମାନରୁ କିପରି ନିଜକୁ ପ୍ରସ୍ତୁତ କରିବେ ସେବିଷୟରେ ପରାମର୍ଶ ଦେଇଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ