ପୁରୀ ବାସିନ୍ଦାଙ୍କୁ କାନ୍ଦଉଛି କି ବିଜେପି ସରକାର ?
ପୁରୀ,(ୱାଇ ଏନ ଏସ):ଜଗନ୍ନାଥ ଧାମରେ ହେବାକୁ ଥିବା ଡିସେମ୍ବେର୍ ୧ରୁ୪ ତାରିଖ ପର୍ଯ୍ୟନ୍ତ ନେଭି ନୌସେନା ଜାହାଜ ଏବଂ ଉଡ଼ାଜାହାଜ ଉଡ଼ାନ୍ ଏବଂ ବିଭିର୍ନ ଯୁଦ୍ଧ କୌଶଳ ପ୍ରଦର୍ଶନ ପାଇଁ ପୁରୀ ପ୍ରଶାସନ ଓ ବିଜେପି ସରକାର ତତ ପର । ଏବଂ ଏହାକୁ ଦେଖିବା ପାଇଁ ଆସୁଛନ୍ତି ମହା ମହିମ୍ ରାଷ୍ଟ୍ରପତି ଦୌପ୍ରତି ମୁର୍ମୁ । ଏଥିପାାଇଁ ବିଜେପି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ପୁରୀ ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନୀ କେବିନ୍ ଓ ଶ୍ରୀ ବିଚ୍ ରାସ୍ତା ପେଣ୍ଠକଟା ଠାରୁ ଷ୍ଟଲଲିନ୍ ମୁହାଁଣ ପର୍ଯ୍ୟନ୍ତ ରାସ୍ତା ର ଦୁଇ ପାର୍ଶ୍ୱରୁ ହାଜର ହଜାର କେବିନ୍ ଏବଂ ବୀଚ ବାଲିରୁ ସହ ସହ ଉଠା ଦୋକାନୀ ମାନଙ୍କୁ ଉଠାଇ ଗରିବ ପୁରୀ ବାସିନ୍ଦାଙ୍କ ପେଟକୁ ନାତ ମାରିବା ସଦୃଶ ।ସାଧାରଣ ରେ ଚର୍ଚ୍ଚା ହେଉଛି କି ପୂର୍ବ ସରକାର ସମୟରେ ସବୁ ବର୍ଷ ନୌ ସେନା ବାୟୁ ସେନା, ଆକାଶ ବାହିନୀ ପକ୍ଷରୁ ପୁରୀ ସମୁଦ୍ରରେ ଏହି ପ୍ରଦର୍ସନ୍ କରୁଥିଲେ ମଧ୍ୟ ସରକାରଙ୍କ ଏତେ ଟଙ୍କା ଖର୍ଚ୍ଚ ହେଉନଥିଲା କି ସାଧାରଣ ଗରିବ ଦୋକାନୀ ପେଟକୁ ନାତ ମାରୁ ନଥିଲେ କିମ୍ବା କୌଣସି ହୋଟେଲ ରୁ ପାର୍ଟି ନେତା କର୍ମଚାରୀ ଅଫିସର ଷ୍ଟାଫ ରହିବା ପାଇଁ ଜୋର ଜବଦସ୍ତି ହୋଟେଲ ରୁମ ନେଉ ନ୍ ଥିଲେ । କିନ୍ତୁ ସରକାର ବଦଳିବା ପରେ ଏହି ସରକାର ଏହି ପ୍ରଦର୍ଶନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ପୁରୀ ପ୍ରଶାସନ ସହାୟତାରେ ସରକାର ସମସ୍ତ ଦୋକାନ ସବୁ ୪ ଦିନ ପୂର୍ବରୁ ଉଠାଇବା ଓ ପ୍ରତ୍ୟକ ହୋଟେଲଗୁଡ଼ିକ ରୁ ଜୋର ଜବରଦସ୍ତି ରୁମ ନେବା ଏବଂ ସମସ୍ତ ଖାଉଟି ଜିନିଷ ଦର ଆକାଶ ଛୁଆ ପୁରୀ ବାସିନ୍ଦାଙ୍କ୍ ମନରେ ଗଭୀର ଆଘାତ ଦେଇଛି । ପୁରୀ ପ୍ରସାସନ ଏହି ସବୁ କାର୍ଯ୍ୟ କୁ ଲୁଚାଇବା ପାଇଁ ଅଳ୍ପ କିଛି ଗଣମାଧ୍ୟମ କୁ ପାସ ଦେଇ ଓ ଅନ୍ୟ ଗଣମାଧ୍ୟମ କୁ ପାସ ନ୍ ଦେବା ସାଧାରଣ ଓଡିଶା ଓ ଓଡିଶା ବାହାରେ ଚର୍ଚ୍ଚାର ବିଷୟ ପାଲଟିଛି