ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ନପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ ହୋଇଛି।ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ପରାମର୍ଶଦାତା ତଥା ଇଂରାଜୀ ଅଧ୍ୟାପକ ସୁରେଶ କୁମାର ଆଚାର୍ଯ୍ୟ ପରିଚାଳନା କରିଥିଲେ।ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡା.ଶିବ ଚରଣ ବାଘ ଯୋଗଦେଇ ଏଡସ୍ ଓ ଏହାର ନିରାକରଣ ସମ୍ପର୍କରେ ଛାତ୍ରଛାତ୍ରୀ ଙ୍କୁ ଆଲୋକପାତ କରିଥିଲେ।ପରେ ଜନସଚେତନା ସୃଷ୍ଟି କରିବା ନିମନ୍ତେ ଏକ ଶୋଭାଯାତ୍ରା ରେ ବାହାରି ପଦ୍ମପୁର ବଜାର ପରିକ୍ରମା କରିବା ସହିତ ଶୃଙ୍ଖଳିତ ମାନବ ସମାଜ ତିଆରି କରିବାକୁ ଜନସାଧାରଣ ଙ୍କୁ ସ୍ଲୋଗାନ ମାଧ୍ୟମରେ ବାର୍ତ୍ତା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସମାଜ ବିଜ୍ଞାନ ଅଧ୍ୟାପକ ଗୋଲକ ବିହାରୀ ସାହୁ,ଓଡିଆ ଆଧ୍ୟାପକ ହରେରାମ ମାଝୀ,ସୁବୋଧ କୁମାର ସାହୁ,ରାତ୍ରୀ ଜଗୁଆଳ ପରମେଶ୍ବର ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ।ଅଧ୍ୟାପକ ପରେଶ ଚନ୍ଦ୍ର ଧର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।