ବିଶ୍ୱ ଏଡ଼ସ ଦିବସରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ବିଶ୍ୱ ଏଡ଼ସ ଦିବସ ଅବସରରେ ଏଚଆଇଭି ଭୁତାଣୁ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଭଞ୍ଜନଗର ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଦାୟିତ୍ବରେ ଥିବା ଡ଼ା.ସୁରେଶ ଚନ୍ଦ୍ର ସାମନ୍ତଙ୍କ ଅଧ୍ୟକ୍ଷତାରେ ବିଇଡି କଲେଜ ଅଧ୍ୟକ୍ଷ ଡ.ବିମଳ ଚରଣ ସ୍ବାଇଁ,ଭଞ୍ଜ କଲେଜ ଅଫ୍ ନର୍ସିଂର ଅଧ୍ୟକ୍ଷା ସ୍ବାଗତିକା ସାହୁ,ଡା.ସୀମାଞ୍ଚଳ ଡାକୁଆ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହି ଏହି ରୋଗର ଭୟାବହତା ଓ ଏଥିରୁ ସୁରକ୍ଷିତ ରହିବା ନିମନ୍ତେ ବିଭିନ୍ନ ଉପାୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଏହାକୁ ପରିଚାଳନା କରିଥିବା ବେଳେ ଏ ଆର୍ ଟି ପରାମର୍ଶଦାତା ସନୋଜ କୁମାର ମହାନ୍ତି ଏହି କେନ୍ଦ୍ର ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂର୍ପକରେ କହିବା ସହ ଏହି କେନ୍ଦ୍ରରେ ବର୍ତ୍ତମାନ ୧୯୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮୭୮ ଜଣ ଔଷଧ ଗ୍ରହଣ କରୁଥିବା କହିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସକାଳ ସମୟରେ ଅନୁଷ୍ଠିତ ହୋଇଥିଲା। ଏଚ୍ଆଇଭିର ଭୟାବହତା ଏହା ଦ୍ବାରା କିଭଳି ସାମାଜିକ ଶୃଙ୍ଖଳ ବିଗୁଡୁଛି ଏବଂ ଏହା ଠାରୁ କିଭଳି ସୁରକ୍ଷିତ ରହି ହେବ ସେ ସଂର୍ପକରେ କହିଥିଲେ। ଏହାକୁ ଡା.ସୀମାଞ୍ଚଳ ଡାକୁଆ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ଷ୍ଟେଟ ବ୍ୟାଙ୍କ ଛକରୁ ବାହାରି ମେଇନ ରୋଡ,ବସଷ୍ଟାଣ୍ଡ ଅତିକ୍ରମ କରି ମେଡିକାଲରେ ପହଞ୍ଚି ଥିଲା। ଏଥିରେ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ, ଭଞ୍ଜ କଲେଜ ଅଫ ନର୍ସିଂର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।