କଚେରୀ ପରିସରରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଓକିଲ ସଂଘର ନିଷ୍ପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା):କଚେରୀ ପରିସରରେ ଯାନବାହନ ବିଶେଷକରି ଦୁଇଚକିଆଗାଡ଼ିଗୁଡ଼ିକକାର୍ଯ୍ୟଦିବସମାନଙ୍କରେବିଶୃଙ୍ଖଳିତଭାବେଗାଡ଼ିଆରୋହୀମାନେ ପାର୍କିଂକରୁଥିବାରୁ ଅନେକସମୟରେସାଧାରଣରେ ଯାତାୟତରେବାଧା ସୃଷ୍ଟିହେଉଥିଲା ।ଓକିଲ, ମୋହରୀର ଓ ମହକିଲମାନେ ଏଥିପାଇଁବିଭିନ୍ନସମସ୍ୟାର ସମ୍ମୁଖୀନ ହେଉଥିଲେ ।ଓକିଲସଂଘର ଗତ ୨୭ ତାରିଖବୈଠକରେ ଏଥିପାଇଁବହୁସଦସ୍ୟ ଓ କର୍ମକର୍ତ୍ତା ଉଦ୍ବେଗ ପ୍ରକାଶକରିଥିଲେ ।ସଂଘବୈଠକର ନିଷ୍ପତ୍ତି ଅନୁଯାୟୀଚଳିତଡିସେମ୍ବରମାସ ଦୁଇତାରିଖଠାରୁକଚେରୀ ପରିସରରେଗାଡ଼ିଗୁଡ଼ିକରଶୃଙ୍ଖଳିତ ପାର୍କିଂ ପାଇଁକାର୍ଯ୍ୟଦିବସଗୁଡ଼ିକରେଜଣେକର୍ମଚାରୀଟ୍ରାଫିକ୍ ଦାୟିତ୍ୱତୁଲାଇବାକୁ ଦାୟିତ୍ୱ ଦିଆଯାଇଛି ।ସମସ୍ତଓକିଲ, ମୋହରୀର ଓ ମହକିଲଏବଂକଚେରୀକୁ ଆସୁଥିବାଜନସାଧାରଣ ଏଥିପାଇଁସହଯୋଗକରିବାକୁଓକିଲସଂଘରସଂପାଦକ ଶ୍ରୀଯୁକ୍ତସମ୍ବିତ ନନ୍ଦୀ ସମସ୍ତଙ୍କୁ ନିବେଦନ କରିଛନ୍ତି ।ରବିବାର ଦିନ ସଂଘରକର୍ମକର୍ତ୍ତାମାନେ ପାର୍କିଂସ୍ଥାନ ପାଇଁଚିହ୍ନଟ ପ୍ରକ୍ରିୟାଶେଷକରିଛନ୍ତି ।ସର୍ବଶ୍ରୀ ନୃସିଂହଚରଣ ନାୟକ, ନିରଞ୍ଜନ ପରିଡ଼ା, ଗୋପାଳଶତପଥୀ, ସଂଜୟଚୌଧୁରୀ, ଜିତେନ୍ଦ୍ରଉପାଧ୍ୟାୟ, କାମିନୀକାନ୍ତ ଚୌଧୁରୀ, କମଳଲୋଚନ ମହାପାତ୍ର, ପ୍ରଭାତକୁମାର ଦାସ, ରଘୁନାଥ ମହାଳିକ, ସୁଧାଂଶୁଶେଖର ଦାସ, ପ୍ରବୀରକୁମାର ଦାସ ଓ ନରେନ୍ଦ୍ରକୁମାରବାରିକ ପ୍ରମୁଖଚିହ୍ନଟ ପ୍ରକ୍ରିୟାରେସହଯୋଗକରିଥିଲେ ।