ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ଭିନ୍ନକ୍ଷମ ଦିବସ ଅବସରରେ ଶପଥପାଠ କାର୍ଯ୍ୟକ୍ରମ
ଆସିକା, (ଯୁଗାବ୍ଦ ନ୍ୟୁଜ):ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ପରାମର୍ଶ ଏବଂ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ମାର୍ଗଦର୍ଶନରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ପ୍ରାର୍ଥନା ସଭା ପରେ ଭିନ୍ନକ୍ଷମମାନଙ୍କ ସମ୍ମାନ ରକ୍ଷା ପାଇଁ ମିଳିତ ଭାବେ ଶପଥପାଠ କାର୍ଯ୍ୟକ୍ରମ କରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଯୋଗଦେଇ ଦିବ୍ୟାଙ୍ଗମାନଙ୍କ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରିସରରେ ଛାତ୍ରଛାତ୍ରୀମାନେ ଭିନ୍ନକ୍ଷମ ମାନଙ୍କ ପ୍ରତି ସମ୍ମାନ, ସମ୍ବେଦନଶୀଳତା, ମାନସିକ ମର୍ଯ୍ୟାଦା ତଥା ସାହାଯ୍ୟର ଭାବନା ମଧ୍ୟରେ ଏକ ସମାନତା ଭିତ୍ତିକ ସମାଜ ଗଠନ ପାଇଁ ଶପଥପାଠ କରିଥିବା ଲକ୍ଷ୍ୟ କରାଯାଇଥିଲା । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରିସରରେ ଆନ୍ତର୍ଜତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ଶପଥପାଠ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷକ ସୁଶିଲ୍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ସୁନିତା ପରିଛା, ଇଶ୍ୱରୀ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ମନ୍ଦାକିନୀ ପ୍ରଧାନ, କିରାଣୀ ଆଶାଲତା ପ୍ରଧାନ, କର୍ମଚାରୀ ପ୍ରଶାନ୍ତ କୁମାର ମୁନିଙ୍କ ସମେତ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।