ପିଆଜ ଜ୍ୱାଳାରେ ଲୋକେ ଛଟପଟ
ଆସିକା, (ଯୁଗାବ୍ଦ ନ୍ୟୁଜ):ଗତ କିଛି ଦିନ ତଳେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପିଆଜ କିଲୋ ୨୦ଟଙ୍କା ରୁ ୩୦ଟଙ୍କାରେ ମିଳୁଥିଲା ତେବେ ବର୍ତ୍ତମାନ ପିଆଜ ଦର ଦିନକୁ ଦିନ ବଢି ବଢି ଚାଲିଛି । ବର୍ଷ ତମାମ ମହାରଷ୍ଟ୍ରର ବିଭିନ୍ନ ଅଞ୍ଚଳରୁ ଆସିକାକୁ ପିଆଜ ଆମଦାନୀ ହୋଇ ଆସୁଛି । ସେଠାରେ ପିଆଜ ଦର କମ୍, ବୃଦ୍ଧିର ପ୍ରଭାବ ଆସିକା ବଜାର ଉପରେ ସିଧାସଳଖ ପଡୁଛି । ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡକ ପକାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପିଆଜ ଦର ଦିନକୁ ଦିନ ବଢି ବଢି ଚାଲିଛି । ଖୁଚୁରା ବଜାରରେ ପିଆଜ ଦର କିଲୋ ପ୍ରତି ୫୦ ଟଙ୍କାକୁ ଛୁଇଁ ଲାଣି । ଘର ଖର୍ଚ୍ଚ ପାଇଁ କିଲୋ ଜାଗାରେ ଅଢେଇଶହ କିମ୍ବା ଅଧକେଜିରେ କାମ ଚଳାଇବାକୁ ପଡୁଛି । ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପିଆଜ ଦର କମିବା ଆଶାକ୍ଷୀଣ ବୋଲି ପିଆଜ ଆମଦାନୀ କରୁଥିବା କେତେକ ବ୍ୟବସାୟୀ ପ୍ରକାଶ କରିଛନ୍ତି । ପିଆଜ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପିଆଜ ଦର ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ପିଆଜ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପିଆଜ ଦରକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ପିଆଜ ଦର ଆକାଶଛୁଆଁ ଭାବେ ବଢି ଚାଲିଥିବା ବେଳେ ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ଓଡିଶାରେ ପ୍ରାୟ ଆବଶ୍ୟକ ପରିମାଣର ପିଆଜ ଅମଳ ହେଉ ନଥିବାରୁ ପିଆଜ ପାଇଁ ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ । ପିଆଜ କାଟିଲେ ନୁହେଁ ଏବେ କିଣିଲେ ଆଖିରୁ ଲୁହ ଝରୁଛି । ଗତ କିଛି ଦିନ ମଧ୍ୟରେ ପିଆଜର ଖୁଚୁରା ଦର କିଲୋପ୍ରତି ୫୦ଟଙ୍କା ଛୁଇଁଛି । ପରିସ୍ଥିତି ଆୟତ୍ତ ନହେଲେ ଏବେତାର ପିଆଜ ଦର ପୁଣି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଉଛି । ତେଣୁ ପିଆଜ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଖୁଚୁରା ବଜାର ଭଳି ସହରର ହୋଲ୍ସେଲ୍ ବଜାରରେ ମଧ୍ୟ ପିଆଜ ଦର ଦିନକୁ ଦିନ ବଢିବାରେ ଲାଗିଛି । ଗତ କିଛି ଦିନ ତଳେ ପିଆଜର ଖୁଚୁରା ଦର ୩୦ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ୫୦ ଟଙ୍କାରେ ପହଞ୍ଚିଛି । ବଜାରରେ ପିଆଜ ଦର ବୃଦ୍ଧି ପାଇଚାଲିଥିବା ଯୋଗୁଁ ହାଣ୍ଡିଶାଳରୁ ପିଆଜ ଉଭାନ ହେବାରେ ଲାଗିଛି । ଯେଉଁଠି ଘରକୁ କିଲୋ ହିସାବରେ ପିଆଜ ଆସୁଥିଲା ବର୍ତ୍ତମାନ ଦର ଶୁଣି ଲୋକେ ଅଧକିଲୋ କିମ୍ବା ଅଢେଇଶହ ଗ୍ରାମ ଆଣିବାକୁ ବାଧ୍ୟ ହେଉଛନ୍ତି । ଏବେ ଲୋକଙ୍କୁ ପିଆଜ କନ୍ଦାଇବା ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ପିଆଜ କିଲୋ ଆସିକାରେ ଦୁଇ ଗୁଣା ବଢିଲାଣି । ଫଳରେ ଗୃହିଣୀଙ୍କୁ ପିଆଜ ଚିନ୍ତା ଘାରିଥିଲା ବେଳେ ରୋଷେଇ ଘରେ ପିଆଜ ଚଡକ ପଡିଲାଣି । ପିଆଜ ଦର ହଠାତ୍ ବୃଦ୍ଧି ପାଇଥିବାରୁ ରୋଷେଇ ଘରୁ ପିଆଜ ଉଭାନ୍ ହେବାରେ ଲାଗିଛି । ପିଆଜର ଦର ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି । ପରିବା ବଜାରରେ ଆଳୁ କଷ୍ଟ ଯାଇନି ଏବେ ପିଆଜ ଦର କନ୍ଦାଇଲାଣି । ଯାହାକୁ ନେଇ ସାଧାରଣ ଖାଉଟି ଚିନ୍ତାରେ ପଡିଛନ୍ତି । ବର୍ଦ୍ଧିତ ଦରଦାମକୁ ନେଇ ଅତିଷ୍ଟ ଖାଉଟିଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ପିଆଜ ଦର ହୁହୁ ହୋଇ ବଢୁଥିବାରୁ ଏହାର ସିଧାସଳଖ ପ୍ରଭାବ ଏବେ ହାଣ୍ଡିଶାଳ ସମେତ ରାସ୍ତା ପାଶ୍ୱର୍ ଖାଦ୍ୟ ପସରା ଉପରେ ପଡିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚକତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ପିଆଜ ଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି ।