ସଟଲାଇଟ ଧରିଲା ୧୭,୧୦୨ ପ୍ଲଟ, ଅସଲି କଣ, ଧାନ ନା ବିଲ? ଏତେ ପ୍ଲଟକୁ ନେଇ ବଢିଛି ଚିନ୍ତା
ସୋରଡା, (ରଜନୀକାନ୍ତ ମହାପାତ୍ର): ସୋରଡା ବ୍ଲକରେ ୧୭,୧୦୨ ପ୍ଲଟରେ ଚାଷ ହୋଇନଥିବା ସଟ ଲାଇଟ ସର୍ବେରୁ ଜଣାପଡିଛି। ଏତେ ଗୁଡାଏ ପ୍ଲଟ ମିଥ୍ୟା ବାହାରିବା ଦେଖି ବର୍ତମାନ ଚିନ୍ତା ବଢିଛି। ଅସଲି ଜମିରେ ନକଲି ଚାଷ, ଶ୍ମଶାନ ଖେଳପଡିଆ, କୋଠାଘର, ପୋଖରୀ, ବଗିଚା, ଗୋଚର ଜମି ଆଦିକୁ ଦେଖାଇ ଚାଷୀ ମାନେ ପଞ୍ଜୀକରଣ କରିଥିବା ଏବେ ଜଣାପଡିଛି। ସେଟଲାଇଟ ସର୍ବେ ରୁ ଜଣାପଡିଛି ଯେ ସୋରଡା ବ୍ଲକ ରେ ୧୭,୧୦୨ ପ୍ଲାଟ ରେ ଚାଷ ହୋଇନି ଏବଂ ଏହି ସବୁ ଜମି କୁ ଚାଷ ହେଇଥିବା ଦର୍ଶା ଯାଇଛି।ଏହି ସବୁ ଜମି ରେ ଧାନ ସ୍ଥିତି ଚିନ୍ତାଜନକ ବୋଲି ଏବେ ରିପୋର୍ଟ କହୁଛି। ଏହି ସବୁ ପ୍ଲଟ ରେ ଅଣଧାନ ହୋଇଛି ନଚେତ ମୂଳରୁ ଧାନ ହୋଇନଥିବା ଜଣାପଡିଛି। ଏହି ସବୁ ଜମି ରେ ପୁନଃ ଯାଞ୍ଚ କରାଯିବ ଏବଂ ଏହା ପରେ ମଣ୍ଡୀ ରେ ଧାନ ବିକ୍ରି କରିବା ପାଇଁ ଟୋକେନ ଦିଆଯିବ ବୋଲି ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଛି। ପ୍ରମୁଖ କଥା ହେଲା କାର୍ଯ୍ୟାନୁଷ୍ଠାନ ନ ହେବା ର ଭୟ ନଥିବା ଯୋଗୁଁ ପ୍ରତିବର୍ଷ ଏହି ପରି ଅନେକ ନକଲି ପ୍ଳଟ ବାହାରିବା ଏକ ସ୍ଵାଭାବିକ ଘଟଣା ପରି ଜଣାପଡୁଛି। କେତେ କଣ ପ୍ରକ୍ରିୟା ଗ୍ରହଣ କରାଗଲେ ମଧ୍ୟ ଚାଷୀ ପଞ୍ଜୀକରଣ ଜାଲିଆତି କମୁନି। ସୋରଡା ବ୍ଲକ ରେ ପ୍ରାୟ ୨୬ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡିଛି ସେଥିମଧ୍ୟରୁ ପ୍ରାୟ ୧୩ ହଜାର ଜମି ହିନ ଚାଷୀ ଏବଂ ପାଖାପାଖି ୧୨,୮୦୦ ଚାଷୀ ଙ୍କ ଜମିଥିବା ପଞ୍ଜୀକରଣ ରୁ ଜଣାପଡିଛି। ମୋଟ ପଞ୍ଜୀକୃତ ୨୬ ହଜାର ଚାଷୀ ମାନଙ୍କ ମଧ୍ୟ ରୁ ଯଦି ୧୭ ହଜାର ପ୍ଳଟ ରେ ନକଲି ଧାନ ହୋଇଥିବା ରିପୋର୍ଟ ଆସେ ତେବେ କିଛି ନ ହେଲେବି ୮ ରୁ ୧୦ ହଜାର ଚାଷୀ ପଞ୍ଜୀକରଣ ରୁ ବାଦ ପଡିବା ସ୍ଵାଭାବିକ। ପ୍ରତେକ ବର୍ଷ ଚାଷୀ ମାନେ ତହସିଲ ଅଫିସ ରେ ରାଜସ୍ୱ ବାନ୍ଧୁଛନ୍ତି, ଅଫିସ କହୁଛି ଜିଓ ଟେଗିଙ୍ଗ ପ୍ରକ୍ରିୟା ଚାଲିଛି ଯଦି ଏହା ସତ ତେବେ ଏତେ ଗୁଡାଏ ପ୍ଳଟ ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିନଥାନ୍ତା। କୃଷି ବିଭାଗ ରେ ବହୁତ ଡିଇଓ କାମ କରୁଛନ୍ତି ସେମାନେ ଏହା ର ସଠିକ ତଦନ୍ତ କରି ପଞ୍ଜୀକୃତ କରିବା କଥା। ପ୍ଳଟ ର ପଞ୍ଜୀକରଣ ପୂର୍ବ ରୁ କ୍ଷେତ୍ର ପରିଦର୍ଶନ ରେ ଯାଇ ଜିପିଏସ କେମରା ରେ ପ୍ଳଟ ଟେଗ କରାଯାଏ, କିନ୍ତୁ ଗତ କିଛି ଦିନ ହେଲା ଅଞ୍ଚଳ ର ପାଗ ମେଘୁଆ ଥିବା ଓ ଝିପି ଝିପି ବର୍ଷା ହେଉଥିବା ଯୋଗୁଁ ଧାନ ସବୁ ବିଲ ରେ ନଇଁ ଯାଇଥିବା କିଛି ଚାଷୀ କହିଛନ୍ତି ଫଳରେ ଜିଓ ଟେଗିଙ୍ଗ ରେ ଏହା ଘାସ ପଡିଆ ପରି ଦେଖାଯାଉଛି। ତେଣୁ ଏହାର ସଠିକ ତଦନ୍ତ କରାଗଲେ ଆହୁରି ଅଧିକ ପ୍ଳଟ ରେ ଧାନ ହୋଇଥିବା ଜଣାପଡିବ ବୋଲି ବ୍ଲକ ର ଚାଷୀ ମାନେ କହିଛନ୍ତି। ବର୍ତମାନ ଏହି ସବୁ ପ୍ଲଟ ର କୃଷି ସମବାୟ ସମିତି ଓ ପରେ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ମାଧ୍ୟମ ରେ ଯାଞ୍ଚ କରାଯିବ ଏବଂ ପ୍ରକୃତ ଧାନ ହୋଇଥିବା ପ୍ଳଟ କୁ ପଞ୍ଜୀକରଣ କରିବା ସହ ମଣ୍ଡୀ ରେ ଧାନ ବିକିବା ପାଇଁ ଟୋକେନ ଦିଆଯିବ ବୋଲି ପ୍ରଶାସନ କହୁଛି କିନ୍ତୁ ଚିନ୍ତା ର ବିଷୟ ହେଲା ଆଉ ମାତ୍ର ଚାରି ରୁ ୫ ଦିନ ମଧ୍ୟ ରେ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ ରଖାଯାଇଛି ଏପରି ସ୍ଥିତି ରେ ଏତେ ଗୁଡାଏ ପ୍ଳଟ କୁ ଯାଇ କିପରି ଯାଞ୍ଚ କରାଯିବ ତାହା ଏକ ବଡ ପ୍ରଶ୍ନ। ଅନ୍ୟପଟେ ପ୍ରଶାସନିକ ଅଧିକାରୀ ବ୍ୟତିତ ଆଉ କାହା ମାଧ୍ୟମ ରେ ଯାଞ୍ଚ କରାଗଲେ ଯାଞ୍ଚ ପ୍ରକ୍ରିୟା ରେ ସ୍ଵଛତା ରହିବ କି ନାହି ତାହା ମଧ୍ୟ ସନ୍ଦେହ। ଏ ସମ୍ପର୍କରେ ସୋରଡା ବ୍ଲକ ସହକାରୀ କୃଷି ଅଧିକାରୀ ଙ୍କ କହିବା ହେଲା ବର୍ତମାନ ଯାଞ୍ଚ କରାଯିବ ଏବଂ ଯେପରି କୌଣସି ପ୍ରକୃତ ହିତାଧିକାରୀ ଟୋକେନ ରୁ ବଞ୍ଚିତ ହେବେ ନହିଁ ସେଥିପାଇଁ ବ୍ୟବସ୍ଥା କରାଯିବ, ସୋରଡା ବିଧାୟକ ନୀଳମଣି ବିଶୋଇ ଙ୍କ କହିବା ହେଲା ଯଦି ସେଟଲାଇଟ ସର୍ଭେ ରୁ ଏମିତି ତଥ୍ୟ ଆସିଛି ତେବେ ଏହା ନିଶ୍ଚିତ ଚିନ୍ତା ର ବିଷୟ ଏବଂ ଚାଷୀ ପଞ୍ଜୀକରଣ ରେ ଯେପରି ସ୍ଵଛତା ଆସିବା ସେଥିପାଇଁ ପ୍ରୟାସ କରାଯିବ। ସରାବାଡି ଗ୍ରାମ ର ଚାଷୀ ବନମାଳୀ ସ୍ଵାଇଁ ଙ୍କ କହିବା ହେଲା ସର୍ବେ ସଠିକ ହେବା ଦରକାର ନଚେତ ବହୁତ ଚାଷୀ ବଞ୍ଚିତ ହେବେ। ଯାଞ୍ଚ ପ୍ରକ୍ରିୟା ରେ ସ୍ଵଛତା ଆଣି ବିଭାଗୀୟ ଅଧିକାରୀ ଙ୍କ ମାଧ୍ୟମ ରେ ଯାଞ୍ଚ କରି ପ୍ରକୃତ ପ୍ଳଟ କୁ ଖୋଜି ବାହାର କରିବା ପାଇଁ ଏଠାକାର ଚାଷୀ ମାନେ ଦାବି କରିଛନ୍ତି।