ଶାଳବଣି ଠାରେ ମାଗଣା ମେଗା ସ୍ବାସ୍ଥ୍ୟ ଶିବିର
ହାଟଡିହି, (ବିକାଶ ବିଶ୍ୱାଳ):ରଧାଗୋବିନ୍ଦ ଫାଉଣ୍ଡେସନ ତରଫରୁ ହାଇଟେକ୍ ହସ୍ପିଟାଲ ଭୁବନେଶ୍ୱର ଏବଂ ଜେପିଏମ ରୋଟାରୀ କଟକ ସହାୟତା ରେ ହାଵଳେଶ୍ବର ଗ୍ରାମପଞ୍ଚାୟତ ଶାଳବଣି ଗ୍ରାମର ରଧାଗୋଵିନ୍ଦ ମନ୍ଦିର ପ୍ରାଙ୍ଗଣରେ ମାଗଣା ମେଗା ସ୍ବାସ୍ଥ୍ୟ ଶିବିର ଏବଂ ଚକ୍ଷୁ ଚିକିତ୍ସା ଶିଵିର ଅନୁଷ୍ଠିତ ହୋଇଯାଇଛି। ଏହି ଅଞ୍ଚଳରେ ଡାକ୍ତରଖାନାର ସୁବିଧା ନଥିବାରୁ ରୋଗୀମାନେ ଚିକିତ୍ସା ସୁବିଧା ପାଇ ପାରି ନଥାନ୍ତି। ଏହାକୁ ଦୃଷ୍ଟିରେ ରଖି ରଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ବର୍ଷରେ ଅନେକ ଗୁଡ଼ିଏ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରି ଗରିବ ଳୋକଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି। ଫାଉଣ୍ଡେସନର ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ମହାନ୍ତିଙ୍କ ନେତୃତ୍ବ ରେ ଚିତ୍ତରଞ୍ଜନ ମଲିକ୍, ରାଜକିଶୋର ସ୍ବାଇଁ , ଅରୂପ ରାଉତ, ପଙ୍କଜ ବେହେରା, ସୁଶାନ୍ତ ଜେନା, ରାଜକିଶୋର ପରିଡ଼ା, ଚନ୍ଦ୍ରକାନ୍ତ ପରିଡ଼ା ସ୍ଵୟଂ ପ୍ରକାଶ ମିଶ୍ର, ଦେବାଶିଷ ନାୟକ, ସୌରିରଞ୍ଜନ ମହାନ୍ତି, ସ୍ମ୍ରତିରଞ୍ଜନ ରାଉତ, ମନୋଜ ମଲିକ୍ , ପ୍ରତାପ ଦାସ, ଅନିଲ୍ ସେଠୀ, ଆକାଶ ବେହେରା,ସତ୍ୟବାନ୍ ମାଝୀ, ଜିତେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳିନା କରିଥିଲେ।ଏହି ଶିବିରରେ ଆଖପାଖ ଅଞ୍ଚଳର ୬୦୦ ଶହ ରୁ ଉର୍ଦ୍ଧ ରୋଗୀ ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ରେ ଔଷଧ ନେଇଥିଲେ। ସେହିପରି ୨୦ ଜଣ ରୋଗୀଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ କଟକ ଜେପିଏମ୍ ରୋଟାରୀ କୁ ସ୍ଥାନାନ୍ତରିତ କରାଯାଇଛି। ଦୂରଦୂରାନ୍ତରୁ ଆସିଥିବା ରୋଗୀ ମାନଙ୍କୁ ଖାଇବା ପିଇବା ର ମଧ୍ଯ ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା। ହାଇଟେକ୍ ହସ୍ପିଟାଲର ଡ଼ାକ୍ତର ଶ୍ରୀମିତ୍ ମହାନ୍ତି, ଡାକ୍ତର ଧର୍ମେନ୍ଦ୍ର ମାଝୀ, ଡାକ୍ତର ସାଇପ୍ରଜ୍ଞା ଦାସ, ବିଶ୍ବ ବିକାଶ ରାଉତରାୟ, ପ୍ରିୟଙ୍କା ମହାନ୍ତି, ସିଦ୍ଧାର୍ଥ ରାଉତ ପ୍ରମୁଖ ଡାକ୍ତର ମାନେ ରୋଗୀମାନଙ୍କୁ ଚିକିତ୍ସା କରିବା ସହିତ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଫାଉଣ୍ଡେସନର ଏପରି ମହତ କାର୍ଯ୍ୟ ପାଇଁ ସବୁ ମହଲରୁ ପ୍ରଂଶସା କରଯାଇଛି।