ଚନ୍ଦ୍ରଭାଗା ବେଳାଭୂମି ଠାରେ କୁମ୍ଭୀର କୁ ନେଇ ଚର୍ଚ୍ଚା
ନିମାପଡ଼ା,(ସନ୍ତୋଷ କୁମାର ଦାଶ) ପୁରୀ ଜିଲ୍ଲା ଅସ୍ତରଙ୍ଗର କେଳୁଣୀ ମୁହାଣ ଓ କୋଣାର୍କ ର ଚନ୍ଦ୍ରଭାଗା ସମୁଦ୍ର ମଧ୍ୟରେ ଏକ ଘଡିଆଳ କୁମ୍ଭୀର ସମୁଦ୍ର କୂଳରେ ରହିଥିବା ଚର୍ଚ୍ଚା ହେବା ପରେ ଜିଲ୍ଲା ବନ ବିଭାଗ ର ନିଦ ହଜି ଯାଇଥିଲା। ବନ ବିଭାଗ କର୍ମଚାରୀ ଓ ନନ୍ଦନ କାନନରୁ ଏକ ୯ ଜଣିଆ ଟିମ୍ ଆସି ଉକ୍ତ କୁମ୍ଭୀର ର ଖୋଜ ଖବର ନେଇଥିବା ଜଣାପଡିଛି।ଖବର ଲେଖା ହେବା ପର୍ଯ୍ୟନ୍ତ କୁମ୍ଭୀରର କୌଣସି ପତ୍ତା ମିଳିନଥିବା ଜଣାପଡିଛି। ବନ ବିଭାଗର କର୍ମଚାରୀ ମାନେ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରଦାନ ପାଇଁ କାର୍ଯ୍ୟ କରୁଥିବାବେଳେ ଏକ ଘଡିଆଳ କୁମ୍ଭୀର ସମୁଦ୍ର କୁଳରେ ଶୋଇଥିବା ଦେଖିବାକୁ ପାଇଥିଲେ। ଏନେଇ କର୍ମଚାରୀ ଜଣଙ୍କ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାରେ ଘଟଣାସ୍ଥଳରେ ବନବିଭାଗ ଓ ନନ୍ଦନ କାନନର ଏକ ଟିମ୍ ପହଞ୍ଚି କୁମ୍ଭୀରର ଗତିବିଧି ଉପରେ ଲକ୍ଷ୍ୟ କରିବା ସହିତ ତାକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଥିବା ଜଣାପଡିଛି। ଘଡ଼ିଆଳ ପ୍ରଜାତିର କୁମ୍ଭୀର କେଉଁ ଆଡୁ ଖସି ପଳାଇଆସିବା ବେଳେ କୁମ୍ଭୀରକୁ ଧରିବା ପାଇଁ ପୁରୀ ଜିଲ୍ଲା ବନ ବିଭାଗଅଧିକାରୀ ସମେତ ବନ କର୍ମଚାରୀ ଓ ନନ୍ଦନକାନନ ରୁ ସ୍ୱତନ୍ତ୍ର ୯ ଜଣିଆ ଉଦ୍ଧାରକାରି ଦଳ ସମୁଦ୍ର କୂଳ ରେ ପହଁଞ୍ଚି ପ୍ରୟାସ ଜାରି ରଖିଛନ୍ତି। ଏଯାବତ କିନ୍ତୁ କୁମ୍ଭୀରର କୌଣସି ପତ୍ତା ମିଳିପାରି ନାହିଁ। ଏହି ଖବର ସତ କି ଗୁଜବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।