ତ୍ରିଦିବସୀୟ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା ତାଲିମ କାର୍ଯ୍ୟକ୍ରମ -୨୦୨୪ ଉଦଘାଟିତ

ଢେଙ୍କାନାଳ, (ତାପସଦାସ):ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଢେଙ୍କାନାଳର ଜିଲ୍ଲା ଶିକ୍ଷାଅଧିକାରୀ ବିନିତା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମିଳିତ ମାର୍ଗଦର୍ଶନରେ ଢେଙ୍କାନାଳ ଜିଲ୍ଲା ଭାରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମ ସଂଯୋଜକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ତ୍ରିଦିବସୀୟ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା ତାଲିମ କାର୍ଯ୍ୟକ୍ରମ -୨୦୨୪ ଉଦ୍ ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟଅତିଥି ତଥା ଉଦ୍ ଘାଟକ ଭାବରେ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ ଘାଟନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ଏହି ଅଭିନବ କାର୍ଯ୍ୟକ୍ରମ ସମସ୍ତଙ୍କ ମଧ୍ୟରେ ବନ୍ଧୁତା,ସମ୍ମାନ ଓ ଉତ୍କର୍ଷତା ସୃଷ୍ଟି କରିବାପାଇଁ ସମର୍ଥ ହେବ ବୋଲି ଦୃଢ଼ ଆଶାପୋଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ