ବାରିପଦା ଠାରେ ଓଷ୍ଟା ଶିଶୁମେଳା ଅନୁଷ୍ଠିତ

ବାରିପଦା,(ମୁରାରୀ ମୋହନ ମହାପାତ୍ର): ବାରିପଦା ବ୍ଲକ ଓ ମ୍ୟୁନିସିପାଲିଟି ସ୍ତରୀୟ ଶିଶୁ ମେଳା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ବାରିପଦା ଅନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି. ଉଦ୍ଘାଟନୀ ଉତ୍ସବରେ ବାରୁଣୀ ସ୍ଥିତ ବିଦ୍ୟାବିହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଳା ସମ୍ପାଦକ କିଶୋର କୁମାର ପ୍ରଦୀପ ପ୍ରଜ୍ବଳନ କରି ଶିଶୁ ମେଳାର ଉଦଘାଟନ କରିଥିଲେ. ବ୍ଲକ ସମ୍ପାଦକ ପ୍ରଦୀପ ଚନ୍ଦ୍ର ମହାନ୍ତ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ. ଜିଲ୍ଳା କାର୍ଯ୍ୟକାରୀ ସଭାପତି ଦୟାନିଧି ମହାନ୍ତଙ୍କ ସହିତ ଜିଲ୍ଳା କାର୍ଯ୍ୟକାରିଣୀ ସଭ୍ୟ ଦେବରାଜ ନାୟକ ମଧ୍ୟ ପିଲାମାନଙ୍କୁ ଅନୁପ୍ରାଣିତ କରିଥିଲେ. ବ୍ଲକ ଓ ମୁନିସିପାଲିଟି ଅଞ୍ଚଳର ଦଶ ଟିରୁ ଅଧିକ ବିଦ୍ୟାଳୟ ରୁ 120 ରୁ ଅଧିକ ଛାତ୍ର ଛାତ୍ରୀ ତର୍କ, କଣ୍ଠ ସଂଗୀତ, ଚିତ୍ରାଙ୍କନ, ଏକକ ନୃତ୍ୟ, ଏକକ ଅଭିନୟ,ଗଳ୍ପଲିଖନ, କବିତା ରଚନା, କବିତା ଆବୃତ୍ତି, ସାଧାରଣ ଜ୍ଞାନ, ବୁଦ୍ଧିପରୀକ୍ଷ୍l ଆଦି ବିଭାଗ ରେ ଅଂଶ ଗ୍ରହଣ କରି ଥିଲେ.
ଉଦଯାପନୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ସଭାପତି ସନ୍ତୋଷ କୁମାର କlସ୍ତ, ଓ ମୁଖ୍ୟ ଅତିଥି ଭାବରେ ଜିଲ୍ଳା ସଭାପତି ଚିତ୍ତରଞ୍ଜନ ପଳତା ଓ ପୂର୍ବତନ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାନ୍ତ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ. ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାବିହାର ବିଦ୍ୟାଳୟର ସମସ୍ତ ଗୁରୁ ଗୁରୁମା ଙ୍କ ସହିତ ସମସ୍ତ କର୍ମଚାରୀ, ଗୁରୁଜୀ ଅଜୟ ବାରିକ, ଖିରୋଦ ବେହେରା, ଅଜିତ ଦେଓ, ଜ୍ୟୋତି ରଞ୍ଜନ ବାରିକ, ଲସ ବେଶ୍ରl, ସୁକାନ୍ତ ବେହେରା ପ୍ରଭୁତି ସହଯୋଗ କରିଥିଲେ. ଶେଷରେ ଗୁରୁଜୀ ବିଶ୍ୱେନ୍ଦୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ