ସନ୍ଦେହଜନକ ଭାବେ ଡ୍ରାଇଭର ର ମୃତ ଦେହ ଉଦ୍ଧାର,ହତ୍ୟା ଅଭିଯୋଗ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ବ।ମେବାରି ଥାନା ଅନ୍ତର୍ଗତ ଜରିବ।ହ।ଲ ଅ।ନ୍ତରମ।ନ୍ତର। ପାର୍କିଂ ବୁଦା ନିକଟରୁ ସନ୍ଦେହ ଜନକ ଭାବେ ଜଣେ ଡ୍ରାଇଭର ର ମୃତ ଦେହ ପୋଲିସ ଉଦ୍ଧାର କରିଛି ।ମୃତ ଡ୍ରାଇଭର ହେଲେ ଘଟଗାଁ ଥାନା ସ।ନ୍ତ।ର।ପୁର ଗ୍ରାମ ର ସୁଶାନ୍ତ ମହାକୁଡ (୩୪) ।ଘଟଣାସ୍ଥଳ ରୁ ମିଳିଥିବା ସୂଚନା ଅନୁଯାୟୀ,ସୁଶାନ୍ତ ମହାକୁଡ ତାଙ୍କ ଟ୍ରକ୍ ନଂ ଓ ଡି ୦୯ ଆର୍ ୦୬୦୦ ରେ ହେଲପର ଚନ୍ଦ୍ର କାନ୍ତ। ନାଏକ ସହିତ ଯୋଡା ଖଣି ମଣ୍ଡଳ ର ଏକ ଖଣି କୁ ଖଣିଜ ବୋଝେଇ ନିମନ୍ତେ ଆସିଥିଲେ । ଗତ ରବିବାର ଦିନ ଉକ୍ତ ପାର୍କିଂ ସ୍ଥଳରେ ଟ୍ରକ୍ ଏଣ୍ଟ୍ରି କରି ପାର୍କିଂ କରି ଥିଲେ ଓ ପରବର୍ତ୍ତୀ ଦିନ ସୋମବାର ଦିନ ଖଣିଜ ବୋଝେଇ ନିମନ୍ତେ ଖଣି କମ୍ପାନୀ କୁ ବାହାରି ଯାଇଥିଲେ ।ଉକ୍ତ ଖଣିରେ ଖଣିଜ ବୋଝେଇ ନିମନ୍ତେ ଧାଡ଼ିରେ ରହିବାକୁ ପଡୁଥିବାରୁ ଡ୍ରାଇଭର ସୁଶାନ୍ତ ତାଙ୍କ ହେଲ୍ପର ଚନ୍ଦ୍ରକାନ୍ତ। କୁ ଟ୍ରକ୍ କୁ ବୋଝେଇ ନିମନ୍ତେ ଆଗକୁ ନେବା ପାଇଁ କହି ସେଠାରୁ ସେ ନିକଟ ରେ ଥିବା ଏକ ଛକ କୁ ଯାଇଥିଲେ ।ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଡ୍ରାଇଭର ସୁଶାନ୍ତ ଟ୍ରକ୍ ପାଖକୁ ଫେରି ନ ଥିଲେ ।ବୁଧବାର ସନ୍ଧ୍ୟା ସମୟରେ ଅ।ନ୍ତରମାନ୍ତର। ପାର୍କିଂ ନିକଟ ଏକ ବୁଦା ରେ ସୁଶାନ୍ତ ଙ୍କ ଅର୍ଦ୍ଧ ନଗ୍ନ ଅବସ୍ଥାରେ ମୃତ ଦେହ ପଡ଼ିଥିବା ଖବର ପାଇ ହେଲପର ଚନ୍ଦ୍ରକାନ୍ତ। ପରିବାର ଲୋକଙ୍କୁ ଖବର ଦେଇଥିଲେ ।ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ପରେ ରାଉରକେଲା ରୁ ସାଇନଟିଫିକ୍ ଟିମ୍ ଡକାଇ ଘଟଣା ଅନୁସନ୍ଧାନ କରିଥିଲା ।ଅନୁସନ୍ଧାନ ପରେ ମୃତ ଦେହ କୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା । ଏ ନେଇ ବ।ମେବାରି ପୋଲିସ ଏକ ଅପମୃତ୍ୟୁ ମାମଲା ନଂ ୩୮/୨୦୨୪ ରୁଜୁ ହୋଇଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ, ଅନୁସନ୍ଧାନ ରିପୋର୍ଟ ପରେ ଘଟଣା ର ସତ୍ୟ।ସତ୍ୟ ଜଣାପଡ଼ିବ ଓ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇ ଆଇ ସି ପ୍ରଫୁଲ୍ଲ ଲାକ୍ରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ