ଧାନ ସଂଗ୍ରହ ନିମନ୍ତେ କେତେ ପ୍ରସ୍ତୁତ ପ୍ରଶାସନ, କଣ ସତରେ କଟନୀ ଛଟନୀ ବନ୍ଦ ହେବ ?

କରଞ୍ଜିଆ,( ଜିତେନ୍ଦ୍ର ରାଜ): ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପରେ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡି ଓ ଧାନର ସହାୟକ ମୂଲ୍ୟ ୨୩ ଶହ ଟଙ୍କା କୁମିଶାଇ ଧାନକ୍ୱିଣ୍ଟାଲ ପିଛା ସର୍ବମୋଟ ୩୧ ଶହ ଟଙ୍କା ଘୋଷଣା କରିଥିଲେ ରାଜ୍ୟ ସରକାର କିନ୍ତୁରାଜ୍ୟ ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାରେ ବାଧକ ସାଜିପାରେ ଦୀର୍ଘ ବର୍ଷରୁ ବିଭିନ୍ନ ସମବାୟ ସଂସ୍ଥାର ପଦ ପଦବୀକୁ ମାଡିରହିଥିବା ଓ ଧାନ ସଂଗ୍ରହ ପ୍ରକ୍ରିୟାରେ ମୁରବି ସାଜି ଦୀର୍ଘ ବର୍ଷ ଧରୀ ଚାଷୀଙ୍କୁ ଲୁଟୁଥିବା ନେତା, ଅଧିକାରୀ, ଦଲାଲ, ଧାନ ବ୍ୟବସାୟୀଙ୍କ ସୁସଂଗଠିତ ଟିମ ଦୀର୍ଘ ବର୍ଷ ହେବ ଚାଷୀଙ୍କ ଧାନରୁ କଟନୀ ଛଟନୀ ନାମରେ ଯେଉଁ ଲୁଟ କରି ସେଥିରୁ ଲହୁଣୀ ଖାଉଥିଲେ ତାହାକୁ ସ୍ୱମ୍ପୂର୍ଣ୍ଣ ବନ୍ଦ କରିବାରେ ପ୍ରଶାସନ ସକ୍ଷମ ହେବା ଏକ ଅସମ୍ଭବ ବ୍ୟାପାର ଭଳି ଲାଗୁଚି ଓ ଏହାକୁ ଚାଷୀ ବୁଝିସାରିଲେଣି ମିଳିଥିବା ସୂଚନା ଅନୁଯାୟୀ ପାଞ୍ଚପିଢ଼ ଉପଖଣ୍ଡରେ ୮ଟି ଲ୍ୟାମ୍ପସର କୋଡିଏଟି ମଣ୍ଡି ରହିଛି ଉପଖଣ୍ଡକୁ ଗୋଟିଏ ମାତ୍ର ଗ୍ରେଡ଼ ଅନାଲାଇଜର ମେସିନ ଆସିବାକୁ ନିଷ୍ପତି ହୋଇଛି ଉପଖଣ୍ଡର ୮ଟି ଲ୍ୟାମ୍ପସରେ କେତେଜଣ ଅନାଲାଇଜର ନିଯୁକ୍ତି ହେବେ,ପୂର୍ବରୁ ନିଆଯାଇଥିବା ନିଷ୍ପତି ଅନୁଯାୟୀ ଲ୍ୟାମ୍ପ ଗୁଡିକରେ ଚାଷୀ ଓ ସାମ୍ବାଦିକଙ୍କ ନିମନ୍ତେ ୱେଟିଂ ରୁମ ବ୍ୟବସ୍ଥା, ମହିଳା ଚାଷୀଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା ରହିବ ତ? ଧାନ ପରିବହନ ଠିକାଦାର ଆଇନ ଅନୁଯାୟୀ କାମ କରିବେ ତ ? ମିଲର ମାନେ ଭଲ ଅଖା ବସ୍ତା ଦେବେ ନା ପୂର୍ବ ବର୍ଷ ଭଳି ଅଧିକାଂଶ ଛିଣ୍ଡା ବସ୍ତା ଦେବେ? ମିଲର ମାନଙ୍କ ପୁରୁଣା ଟ୍ରାକ ରେକର୍ଡ ପ୍ରଶାସନ ଯାଞ୍ଚ କରିବ ତ? ଗୋଟିଏ ଗ୍ରେଡ଼ ଅନାଲାଇଜର ମେସିନରେ କିଭଳି ୮ଟି ଲ୍ୟାମ୍ପସର କୋଡିଏଟି ମଣ୍ଡି ରେ ଚାଷୀଙ୍କ ଏଫଏକ୍ୱିୟୁ ମାନର ଧାନ ଚି଼ହ୍ନଟ ହେବ ଏସବୁ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ଫଳରେ ପୂର୍ବବର୍ଷ ଭଳି ଏଥରବି ଧାନର ମାନ ଚିହ୍ନଟକୁ ନେଇ ଚାଷୀ ଓ ମିଲରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିବାର ଆଶଙ୍କା ରହିଛି ଧାର୍ଯ୍ୟ ସମୟରେ ଏହି ମେସିନ୍ ଅଧିକ ନ ଆସିଲେ ପୂର୍ବ ବର୍ଷମାନଙ୍କରେ ମଣ୍ଡିରେ ଯେଉଁ ମାନଦଣ୍ଡ ଅନୁଯାୟୀ ଧାନର ମାନ ନିର୍ଦ୍ଧାରଣ କରୁଥିଲେ ସେହିଭଳି ଢଙ୍ଗରେ ଧାନ ଚିହ୍ନଟ କରିବେ ବୋଲି ପ୍ରଶାସନ ପ୍ରସ୍ତୁତ ହୋଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ପୂର୍ବ ବର୍ଷର ବ୍ୟବସ୍ଥାକୁ ମାନିଲେ ଏଥର ବି କଟନି ଛଟ୍‌ନୀ ଜାରି ରହିବ ବୋଲି ଚାଷୀମାନେ ଅଭିଯୋଗ କଲେଣି।
ନିଜ ପରିଚୟ ଗୋପନ ରଖିବା ସର୍ତ୍ତରେ ଜଣେ ଲ୍ୟାମ୍ପସ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ସରକାରୀ ଭାବେ ମିଲର ଚାଷୀଙ୍କୁ ଅଖା ବସ୍ତା ଦେବାର ନିୟମ ରହିଛି କିନ୍ତୁ ଆମ ଅଞ୍ଚଳରେ ମିଲର ଅଖା ବସ୍ତା ଦେଉନାହାନ୍ତି ଚାଷୀ ରାତି ୪ଟାରୁ ଧାନ ଆଣି ମଣ୍ଡିରେ ପହଞ୍ଚାଉ ଥିବା ବେଳେ ଜାଣିଶୁଣି ମଧ୍ୟାହ୍ନ ସମୟରେ କିଛି ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହେଉଛି ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାନ ସଂଗ୍ରହ କରିବାକୁ ବାଧ୍ୟ କରାଯାଉଛି ଯାହାଦ୍ୱାରା ଚାଷୀ ଭୋକ ଶୋଷରେ ବାଧ୍ୟ ହୋଇ କଟନୀ ଛଟଣୀ ସହିତ ଧାନ ବିକିବାକୁ ବାଧ୍ୟ ହେଉଛି ଏହାର ଫାଇଦା ନେଇ ପୁଣି ମିଲର,ଅଧିକାରୀ ଓ ଦଲାଲ ଲାଭବାନ ହେବାସହିତ ଚାଷୀ ନ୍ୟାୟ ପାଇବାରୁ ବଞ୍ଚିତ ହେବେ ପୁଣି ପୂର୍ବବର୍ଷ ମାନଙ୍କ ଭଳି କ୍ୱିଣ୍ଟାଲ ପିଛା ୬ ରୁ ୮ କିଗ୍ରା ଧାନ କଟନୀ ଛଟନୀ ହେବା ଆଶଙ୍କା ଚାଷୀଙ୍କୁ ଘାରିଲାଣି ଏବେ ଦେଖିବାକୁ ବାକିରହିଲା ଉପଖଣ୍ଡକୁ କେତଟି ଗ୍ରେଡ ଆନାଲାଇଜର୍’ ମେସିନ ଆସୁଛି ଓ କେତେ ଚାଷୀଙ୍କ ଧାନର ମାନ ନିର୍ଣ୍ଣୟ କରାଯାଇ ତାଙ୍କୁ ସରକାରଙ୍କ ନିର୍ଦ୍ଧାରିତ ୩୧ ଶହ ଟଙ୍କା ପ୍ରଦାନ କରାଯାଉଛି କେତେ ଚାଷୀ ପୁଣି ମିଲର ଓ ଅଧିକାରୀଙ୍କ ଦ୍ୱାରା ଲୁଟ( କଟନୀ ଛଟନୀ)ର ଶିକାର ହେଉଛନ୍ତି କିମ୍ବା ରାଜ୍ୟ ସରକାର ନ୍ୟାୟ ପ୍ରଦାନ କରୁଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ