ସଠିକ୍ ତଦନ୍ତ ଦାବିରେ ୫ଘଣ୍ଟା ଥାନା ଘେରାଉ , ମୁକୁଳିଲେ ୩ କର୍ମଚାରୀ
ଢେଙ୍କାନାଳ, (ତାପସଦାସ):ଭୂବନ ବିଦ୍ୟୁତ୍ କାର୍ଯ୍ୟାଳୟରୁ ୧୩ ତାରିଖରେ ଏକ ଲକ୍ଷ ଟଙ୍କାର ତମ୍ବା କଏଲ୍ ଚୋରୀ ନେଇ ଥାନାରେ ଏତଲା ଦେଇଥିଲେ ଯନ୍ତ୍ରୀ ନଳିନୀ ଶଙ୍କର ରଥ। ରାତ୍ରି ଡ୍ୟୁଟି କରୁଥିବା୪ ଜଣଙ୍କୁ ଥାନାରେ ଗୁରୁବାର ମଧ୍ୟାହ୍ନରୁ ଅଟକ ରଖି ପଚରାଉଚରା ଜାରି ରହିଥିଲା । ଗୁରୁବାର ରାତି ଭୂବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପନଗର୍ପାଳ ମାମିନା ସାହୁ ଙ୍କ ସ୍ଵାମୀ ରାମଚନ୍ଦ୍ରଙ୍କୁ ଛାଡ଼ି ଦିଆଯାଇଥିଲା । ରାମଚନ୍ଦ୍ରଙ୍କ ଭାଈ ଭୂବନ ଥାନା କୁ ୩ ଦିନ ପୂର୍ବେ ବଦଳି ହୋଇଆସିଛନ୍ତି । ସଠିକ ତଦନ୍ତ ପାଇଁ ଅଡି ବସିଥିଲେ ଭୁଷଳ ଗ୍ରାମବାସୀ ଓ ବିଦ୍ୟୁତ୍ କର୍ମଚାରୀ। ଦିନ ୧୦ ରୁ ଅପରାହ୍ନ ୩ ଟା ଯାଏ ବିଦ୍ୟୁତ୍ ସରବରାହ ବନ୍ଦ ରଖି ଆନ୍ଦୋଳନରେ ବସିଥିଲେ। ଘଟଣା ସ୍ଥଳକୁ କାମାକ୍ଷା ଏସ ଡି ପି ଓ ଦାୟିତ୍ୱ ରେ ଥିବା ଜ୍ଞାନ ରଞ୍ଜନ ମିଶ୍ର ଅତିରିକ୍ତ ଏସ ପି ସୂର୍ଯ୍ୟମଣି ପ୍ରଧାନ ପହଂଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିବା ସହ ଅଟକକୁ ଛଡାଯାଇଥିଲା। ପରେ ଆନ୍ଦୋଳନ କାରୀ ଅଟକ କର୍ମଚାରୀଙ୍କୁ ସାଥୀ ଆଣିଥିଲେ। ୫ ଘଣ୍ଟା ପରେ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରାଯାଉଛି ।