ବ୍ୟବସାୟୀ ସଂଘ ପକ୍ଷରୁ ଆଲୋଚନା ସଭା କର୍ମକର୍ତ୍ତା ଚୟନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକ ର ସମସ୍ତ ବ୍ୟବସାୟୀ ଙ୍କ ପକ୍ଷରୁ ଆଲୋଚନାସଭା ଅନୁଷ୍ଠିତ ହୋଇଯାଇଛି।ସମସ୍ତ ବ୍ୟବସାୟୀଙ୍କ ସହମତି ଭିତ୍ତିରେ ମା ‘ ପିତାମ୍ବରୀ ଙ୍କ ନାଁ ରେ ବଣିକ ସଂଘ ଗଠନ କରାଯାଇଛି।ଗଣିଆନାଳ ଛକ ନିକଟସ୍ଥ ମା’ କୋରେଇଶୁଣି ଠାକୁରାଣୀ ମନ୍ଦିର ପରିସରରେ ଆୟୋଜିତ ସଭାରେ ସମସ୍ତ ବ୍ୟବସାୟୀ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ବ୍ୟବସାୟୀଙ୍କ ବିବିଧ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଯେ କୌଣସି ବ୍ୟବସାୟୀ ଙ୍କ କିଛି ଅସୁବିଧା ଉପୁଜିଲେ ସଂଘ ପକ୍ଷରୁ ସମସ୍ତ ସହଯୋଗ କରାଯିବା ନିମନ୍ତେ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା।ବ୍ୟବସାୟୀଙ୍କ ପକ୍ଷରୁ ପରସ୍ପର ଙ୍କ ମଧ୍ୟରେ ଭାଇଚାରା ସମ୍ବନ୍ଧ ସ୍ଥାପନ ସହ ଆଗାମୀ ଦିନରେ ସାମାଜିକ ସହଭାଗିତା ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।ଶେଷରେ ସଂଘର ସଭାପତି ଭାବେ ଟୁକୁନା ପ୍ରଧାନ ଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ଅରବିନ୍ଦ ବିଷୋୟୀ,ସମ୍ପାଦକ ଭାବେ ହରିବନ୍ଧୁ ବାଡତ୍ୟା,କୋଷାଧ୍ୟକ୍ଷ ଭାବେ କେ. ତ୍ରିପତି ଦୋରା ଓ ସଂଘର ଉପଦେଷ୍ଟା ଭାବେ ଖବରଦାତା ଦିଗାମ୍ବର ମହାରଣା ଓ ଭାସ୍କର ସ୍ବାଇଁ ଙ୍କୁ ଆଗାମୀ ୨୦୨୫-୨୬ ବର୍ଷ ନିମନ୍ତେ ଚୟନ କରାଯାଇଥିଲା। ସଂଘର ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା ମାନଙ୍କୁ ସମସ୍ତ ବ୍ୟବସାୟୀ ଶୁଭେଚ୍ଛା ଜଣାଇଥିଲେ।