ମୟୂରଭଞ୍ଜ ଜିଲ୍ଲାରେ ବାଲିର ଘୋର ଅଭାବ

ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର):ମୟୂରଭଞ୍ଜ ଜିଲ୍ଲାରେ ବାଲିର ଅଭାବକୁ ନେଇ ଜିଲ୍ଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ବିଜେଡ଼ି ରାଜ୍ୟ ମିଡିଆ ସଂଯୋଜକ ଡଃ ପ୍ରିୟବ୍ରତ ମାଝୀ. ଏନଜିଟିର ଆଦେଶ ମୁତାବକ ସିଆ (ଏସ.ଇ.ଆଇ.ଏ.ଏ.)କର୍ତ୍ତୃପକ୍ଷଙ୍କ ନିକଟରେ ଜିଲ୍ଲା ସର୍ଭେ ରିପର୍ଟ ଦାଖଲ କରି ଏହାର ଅନୁମୋଦନ କରାଇବାକୁ ଶ୍ରୀ ମାଝୀ
ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି.ଶ୍ରୀ ମାଝୀ କହିଛନ୍ତି ଯେ, ବାଲିର ଅଭାବକୁ ପୂରଣ କରିବାକୁ ଯାଇ ପଡୋଶୀ ବାଲେଶ୍ଵର ଜିଲ୍ଲା ଉପରେ ମୟୂରଭଞ୍ଜ ଜିଲ୍ଲାବାସୀ ନିର୍ଭର କରିବା ଫଳରେ ଅତ୍ୟଧିକ ମୂଲ୍ୟରେ ଲୋକେ ବାଲି କିଣୁଛନ୍ତି. ଜିଲ୍ଲାରେ ଗୃହ ନିର୍ମାଣ ଓ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରାୟ ଠପ ହୋଇଯାଇଛି. ଯାହା ଫଳରେ ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲା ବାସୀ ଅନେକ ଅସୁବିଧାର ସମ୍ମୁଖୀନ
ହେଉଛନ୍ତି. ଲୋକଙ୍କ ସ୍ଵାର୍ଥରେ ଜିଲ୍ଲାପାଳ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀ ମାଝୀ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ