ଚାଷୀମାନଙ୍କୁ କ୍ଷତିପୂରଣ ଦାବି କଲା ପିଡିଏଫ

କଣାସ,(ପାହାନ୍ତା ସିଂହ ଅଜଂଳୀ ସାହୁ):ଚଳିତ ଅଦିନିଆ ବର୍ଷା ଯୋଗୁଁ କଣାସ ବ୍ଲକ୍ ର ସମସ୍ତ ଚାଷୀ ମାନଙ୍କ ର ଶାରଦ ଧାନ,ଖରାଟିଆ ଧାନ ପାଇଁ ଆଛରା, ବାଦାମ,ବିରି ଓ ପରିବା ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। କେତେକ ଚାଷୀ ମାନେ କରଜ ଧାର କରି ଚାଷ କରିଥିଲେ। କିନ୍ତୁ ବର୍ଷା ଦାଉ ସାଧିଲା ।ସେମାନେ ଙ୍କୁ ଖୁବ ଶୀଘ୍ର ସରକାର ସହାୟତା ପ୍ରଦାନ ପାଇଁ ଦାବି କରିଛି ପିଡିଏଫ । କଣାସ ର ପୂଣ୍ୟତୋୟା ଦୟା ଫାଉଣ୍ଡେସନ ର ସଭାପତି ବିରଂଚି ନାରାୟଣ ପରିଡ଼ା ଏହି ଦାବି କରିଛନ୍ତି।ସେ କରିଛନ୍ତି ଯେ କଣାସ ଅଚଳ ର ଚାଷୀ ମାନଙ୍କ ଆର୍ଥିକ ଅବସ୍ଥା ଏତେ ଭଲ ନୁହେଁ। ସେମାନଙ୍କ ପରିବାର ଏହି ଚାଷ ଉପରେ ନିର୍ଭର କରି ଚଳିଥାନ୍ତି। ଚାଷ କୁ ଅଦିନିଆ ବର୍ଷା ଦାଉ ସାଧୁଛି। ପ୍ରଶାସନ ତରଫରୁ ଚାଷ ଜମି କୁ ଯାଇ ସର୍ଭେ କରି କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଛି। ସୋମବାର ଦିନ ଚାଷ ବିଲର କ୍ଷତିଗ୍ରସ୍ତ ଦେଖି ସତ୍ୟବାଦୀ ର ଚାଷୀ ଙ୍କ ମୃତ୍ୟୁ ବରଣ କୁ ପିଡିଏଫ ପକ୍ଷରୁ ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି । ତାଙ୍କ ପରିବାରର କୁ ସରକାର ସହାୟତା ଯୋଗାଇଦେବା ପାଇଁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ