ଗଞ୍ଜାମରୁ ଚାଷୀଙ୍କ ରଣ ହୁଙ୍କାର ନୃସିଂହ ନାଥ କୃଷକ ସଂଗଠନର ସାଧାରଣ ସଭା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ଅଦିନିଆ ବର୍ଷା ଚାଷୀର ଜନଜୀବନ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଏଯାବତ ସରକାର ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ, ଆଠ ଦିନ ଭିତରେ ସରକାର ଯଦି କୃଷକ ମାନଙ୍କୁ କ୍ଷତିପୂରଣ ନଦିଅନ୍ତି ତେବେ ହଜାର ହଜାର ଚାଷୀ ରାଜରାସ୍ତାକୁ ଓଲ୍ହେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛି l ଶ୍ରୀ ନୃସିଂହନାଥ କୃଷକ ସଂଗଠନର ସାଧାରଣ ସଭାରେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘର ରାଜ୍ୟ ସଭାପତି ସଚିନ ମହାପାତ୍ର ଯୋଗଦେଇ କୃଷକ ମାନଙ୍କ କଥା କୁ ଗତ ସରକାର ଗୁରୁତ୍ୱ ଦେଇ ନଥିଲେ କି ବର୍ତ୍ତମାନ ସରକାର ଭୃକ୍ଷେପ କରୁନଥିବା ଦୁର୍ଭାଗ୍ୟଜନକ ଅଟେ ବୋଲି ମତାମତ ରଖିଛନ୍ତି l ଅଦିନିଆ ବର୍ଷା ଦାଉ ସାଦିଛି କୃଷକ ମାନଙ୍କ ଉପରେ, ଯାଜପୁର ଜିଲ୍ଲାରୁ ବବୁ ବଳ, ଜନ ପ୍ରତିନିଧି ବିଭୂପାଦ ଜେନା, ଶିକ୍ଷକ କବିରାଜ ପରିଡା, ରମେଶ ମହାନ୍ତି, ବିପ୍ରଚରଣ ନାୟକ, କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ କୃଷକଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ରାଜନୈତିକ ଦଳଠାରୁ ଉର୍ଦ୍ଧରେ ରହି କାମ କରିବାକୁ ପଡିବ ବୋଲି ମତାମତ ଦେଇଥିଲେ l ଆଜିର ସାଧରଣ ଅଧିବେଶନ କୁ ରାଜ୍ୟ ପ୍ରବକ୍ତା ସ୍ବସ୍ତି ସୁନ୍ଦର ସିଅଙ୍କ ସଂଯୋଜନା କ୍ରମେ ସଂଗଠନର ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା ପ୍ରସନ୍ନ ବିଶ୍ୱାଳ ସଭାପତି, ସାନୁଜ କୁମାର ସ୍ୱାଇଁ ଉପସଭାପତି, ଗୌରହରୀ ଗୌଡ଼ କୋଷାଧକ୍ଷ ଓ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କୁ ସମ୍ପାଦକ ଭାବେ ସର୍ବସମ୍ମତ କ୍ରମେ ଆଗାମୀ ବର୍ଷର ନେତୃତ୍ୱ ନେବା ପାଇଁ ଧାର୍ଯ୍ୟ କରାଯାଇଛି l କମିଟି ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅନେକ ସଦସ୍ୟ, ସଦସ୍ୟାଙ୍କ ସର୍ବସମ୍ମତ କ୍ରମେ ନିଷ୍ପତି ନିଆଯାଇଛି କି ଯେ ଆଗାମୀ କାଲି ଏକ କୃଷକଙ୍କ ପ୍ରତିନିଥିଦଳ ଉପଜିଲ୍ଲାପାଳ, କୃଷି ଅଧିକାରୀ ଓ ବିଭାଗୀୟ ଅଧିକାରୀ ଙ୍କୁ ସାକ୍ଷାତ କରି ସାତ ଦଫା ସମ୍ବଳିତ ଦାବି ଉପସ୍ଥାପନା କରିବେ ଯଥା ପ୍ରତ୍ୟେକ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଏକର ପିଛା ୩0 ହଜାର ଟଙ୍କା ସାହାଯ୍ୟ ରାଶି, ବୀମା ଭୁକ୍ତ ଚାଷୀଙ୍କୁ ଯଥା ଶୀଘ୍ର ବୀମା ସହାୟତା ପ୍ରଦାନ,କୃଷିଯାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟର ନିଶ୍ଚିନ୍ତ ଆଇନ, ଜଳ ସେଚନ ଓ ନିଷ୍କାସନ ପାଇଁ ଭିତ୍ତିଭୂମି ଇତ୍ୟାଦି l ସମ୍ପ୍ରତି ସ୍ଥିତିରେ କୃଷକ ମାନଙ୍କ ଅବସ୍ଥା କହିଲେ ନସରେ ଯେଉଁ କୃଷକମାନେ ନିକଟ ଅତୀତରେ ଆତ୍ମହତ୍ୟା ଓ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପାଇଁ ସାଧାରଣ ସଭା ମୌନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏବଂ ଆଜକୁ ୩୩ ଦିନହେଲା କୃଷକଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଆମରଣ ଅନଶନରେ ବସିଥିବା ଜଗଜିତ ସିଂହ ଦଳେବାଲଙ୍କ ପାଇଁ ସାମୁହିକ ମହାମୃତ୍ୟୁଞ୍ଜୟ ଉଚ୍ଚାରଣ କରିଥିଲେ l ଆଜିର ସାଧାରଣ ସଭା, ଗାନ୍ଧିଛକ ଠାରୁ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପ ମାଲ୍ୟ ଦେଇ ଏକ ବିରାଟ ପଟୁଆର ଦ୍ୱାରା କୃଷକ ମାନେ ପହଂଚିଥିଲେ ଗୋବରା ନୃସିଂହନାଥ ମଣ୍ଡପରେ, ଆଜିର ଏହି ସାଧାରଣ ସଭାରେ ୩ ହଜାରରୁ ଅଧିକା ଚାଷୀ ଯୋଗଦେଇ ପଦଯାତ୍ରାର ରଣହୁଙ୍କାର କରିଥିଲେ l ଶେଷରେ କବିରାଜ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ