ଧର୍ମପ୍ରାଣା ମହିଳାଙ୍କ ପରଲୋକ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ଥାନା ସାହିର ଧର୍ମପ୍ରାଣା ତଥା ବୟୋବୃଦ୍ଧା ରାଧା ଦାଶ ମଙ୍ଗଳବାର ରାତ୍ର ୧୧ ଟା ସମୟରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁଅ,ବୋହୁ, ନାତି ନାତୁଣୀ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। କନିଷ୍ଠ ପୁତ୍ର ପଞ୍ଚାନନ ତାଙ୍କୁ ମୁଖାଗ୍ନି ଦେଇଥିଲେ। ସ୍ଵର୍ଗଦ୍ଵାର ପୁରୀ ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେ ଜଣେ ମେଳାପି, ପରୋପକାରୀ, ଧର୍ମପ୍ରାଣା ଓ ଦରଦୀ ମହିଳା ଭାବେ ସମସ୍ତଙ୍କ ପାଇଁ ପରିଚିତ ଥିଲେ।ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଦୁଃଖ ପ୍ରକାଶ ପାଇଛି।