ଟ୍ରକ ଚାପାରେ ନାବାଳକ ମୃତ୍ୟୁ, ମନ୍ତ୍ରୀ ଗଣେଶରାମଙ୍କ 1 ଲକ୍ଷ ଏବଂ ଜିଲ୍ଲା ପ୍ରଶାସନର 2 ଲକ୍ଷ ଟଙ୍କା ସହାୟତା ଘୋଷଣା

କରଞ୍ଜିଆ,(ଜିତେନ୍ଦ୍ର ରାଜ): ପୂର୍ବାହ୍ନ ପ୍ରାୟ ସାଢ଼େ 11 ଘଟିକା ସମୟରେ 49 ନଂ ଜାତୀୟ ରାଜପଥର ଯଶିପୁର ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଟ୍ରକ ଚାପାରେ ଜଣେ 7 ବର୍ଷ ବୟସର ନାବାଳକଙ୍କ ମୃତ୍ୟୁ ଘଟିଛି l ଏହି ଦୁର୍ଘଟଣା ଘଟିବା ପରେ ପ୍ରାୟ 5 ଘଣ୍ଟା ଧରି ଶବ ସହ ମୃତକଙ୍କ ପରିବାର ଲୋକେ ରାସ୍ତା ଉପରେ ବସି ରହିବା ଫଳରେ ରାଜପଥରେ ଯାନବାହାନ ଚଳାଚଳ ଠପ୍ ହୋଇଥିଲା l ରାସ୍ତାରୋକ ପ୍ରତ୍ୟାହାର ପାଇଁ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଯଶିପୁର ବିଡ଼ିଓ ମାଧବଚନ୍ଦ୍ର ବିରୁଆ, ଯଶିପୁର ତହସିଲଦାର ଶର୍ମିଷ୍ଠା ସାହୁ, ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକ ମୃତକଙ୍କ ପରିବାର ଲୋକଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ପ୍ରଶାନିକ ଅଧିକାରୀଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରିଥିଲେ l ଏ ସମ୍ପର୍କରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆଙ୍କ ଗଣମାଧ୍ୟମ ପ୍ରଭାରୀ ମନୋରଞ୍ଜନ ତିରିଆ ସୂଚନା ପାଇ ଘଟଣା ସ୍ଥଳରେ ପହଂଚି, ସେଠାରେ ପୂର୍ବରୁ ଉପସ୍ଥିତ ମନ୍ତ୍ରୀଙ୍କ ଅନ୍ୟତମ ପ୍ରତିନିଧି ବନୋଜ କୁମାର କାଲୁଣ୍ଡିଆଙ୍କ ସହ ମୃତକ ନାବାଳକର ପିତାମାତା ଏବଂ ପରିଜନଙ୍କ ସହିତ ଆଲୋଚନା କରିଥିଲେ l ଉକ୍ତ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଜିଲ୍ଲାପାଳ ହେମକାନ୍ତ ସୋୟ 2 ଲକ୍ଷ ଟଙ୍କା ଏବଂ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ 1 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଇଁ ଘୋଷଣା କରିଥିବା ସମ୍ପର୍କରେ ଅବଗତ କରାଇବା ପରେ ଆତ୍ମୀୟମାନେ ଶବକୁ ବ୍ୟବଚ୍ଛେଦ କରାଇବା ପାଇଁ ରାଜି ହୋଇଥିଲେ l
ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ସାଢ଼େ 11ଟା ସମୟରେ ବିଶୋଇ ବ୍ଲକ ଖଡମବେଡ଼ା ପଂଚାୟତ ଅନ୍ତର୍ଗତ ଚୁଆକାଙ୍କର ଗ୍ରାମର ଶିକ୍ଷକ ଜୟପାଲ ପୂର୍ତ୍ତି ତାଙ୍କ ପତ୍ନୀ ଏବଂ ଶିଶୁପୁତ୍ରଙ୍କ ସହିତ ରରୁଆଁ ବ୍ଲକ ଅନ୍ତର୍ଗତ କୋଦଳିଧୁଆସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା l ଜୟପାଲ ଗୋଟିଏ ମୋଟର ସାଇକେଲ ଏବଂ ତାଙ୍କ ସ୍ତ୍ରୀ ପୁଅ ଅଭିନନ୍ଦନ(7) ସହିତ ଗୋଟିଏ ସ୍କୁଟି ଯୋଗେ ବିଶୋଇ ପଟୁ ଯଶିପୁର ଆଡ଼କୁ ଯାଉଥିଲେ l ଏହି ସମୟରେ ଗୋଟିଏ ଟ୍ରକ ( ଓ ଡି 09 ଇ 4182) ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା l ଯାହାଫଳରେ ସ୍କୁଟି ପଛ ପଟେ ବସିଥିବା ଜୟପାଲ ଛିଟିକି ପଡ଼ି ତଳେ ପଡ଼ି ଯିବା ପରେ ତାଙ୍କରି ମୁଣ୍ଡକୁ ଟ୍ରକ ଚାପି ଦେବାରୁ ଘଟଣା ସ୍ଥଳରେ ତାଙ୍କରି ମୃତ୍ୟୁ ଘଟିଥିଲା l ସଙ୍ଗେ ସଙ୍ଗେ ଉତ୍ତ୍ୟକ୍ତ ଜନସାଧାରଣ ଏକାଠି ହେବା ସହିତ ରାସ୍ତାର ତୁରନ୍ତ ମରାମତି ସାଙ୍ଗକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇଁ ଅଡ଼ି ବସିବାରୁ 5 ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ହୋଇଥିଲା l ଉପଜିଲ୍ଲାପାଳ, ଉପଖଣ୍ଡ ପୋଲିସ ଅଧିକାରୀ, ଯଶିପୁର ତହସିଲଦାର, ବିଡ଼ିଓ, ଥାନା ଅଧିକାରିଣୀ ପ୍ରମୁଖ ମୃତକ ଅଭିନନ୍ଦନର ପରିବାର ବର୍ଗଙ୍କୁ ରାସ୍ତାରୋକରୁ ହଟିବା ପାଇଁ ଦୀର୍ଘ ସମୟ ଧରି ଆଲୋଚନା କରି ବିଫଳ ହୋଥିଲେ l ଦୁର୍ଘଟଣାକୁ ନେଇ 5 ଘଣ୍ଟା ଧରି ରାସ୍ତାରୋକ ଚାଲିଥିବା ସୂଚନା ପାଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆଙ୍କ ମିଡ଼ିଆ ପ୍ରଭାରୀ ମନୋରଞ୍ଜନ ତିରିଆ ଘଟଣାସ୍ଥଳକୁ ଆସି ମନ୍ତ୍ରୀଙ୍କ ଅନ୍ୟତମ ପ୍ରତିନିଧି ବନୋଜ କାଲୁଣ୍ଡିଆଙ୍କ ସହିତ ମୃତକଙ୍କ ଆତ୍ମୀୟଙ୍କ ସହିତ ଆଲୋଚନା କରିଥିଲେ l ଆଲୋଚନା ପରେ ମୃତକଙ୍କ ପରିବାର ଲୋକେ ଶବକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିବା ପାଇଁ ରାଜି ହେବାରୁ ରାସ୍ତାରୋକ ପ୍ରତ୍ୟାହୃତ ଥିଲା l ଉକ୍ତ ଘଟଣାରେ ମୃତକ ପଟିବାରକୁ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୋୟ 2 ଲକ୍ଷ ଟଙ୍କା ଏବଂ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ 1 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ସମ୍ପର୍କରେ ମନ୍ତ୍ରୀଙ୍କ ମିଡ଼ିଆ ପ୍ରଭାରୀ ମନୋରଞ୍ଜନ ମୃତକଙ୍କ ପରିବାରକୁ ଅବଗତ କରାଇ ଥିଲେ l ଯଶିପୁର ତହସିଲଦାର ଶର୍ମିଷ୍ଠା ସାହୁ ରେଡ଼କ୍ରସ ପାଣ୍ଟିରୁ ନଗଦ 10 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ପୋଲିସ ଶବ କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠେଇଥିବା ବେଳେ ଶବ ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ