ଚାଷୀ ଙ୍କୁ ଘାରିଛି ଟୋକେନ ଚିନ୍ତା

ଶେରଗଡ, (ଅନୀଲ କୁମାର ପଣ୍ଡା):ସମସ୍ୟା ପରେ ସମସ୍ୟା। ନେଇ ଅଣ୍ଟା ସଳଖି ପାରୁନାହାନ୍ତି ଚାଷୀ। କେତେବେଳେ ଅଦିନିଆ ବର୍ଷା ଦାଉ ସାଧୁଛି ତ ଆଉ କେତେବେଳେ ଡେରିରେ ମଣ୍ଡି ଖୋଲିବ ତ ଆଉ କେତେବେଳେ ଟୋକେନ ସମସ୍ୟା । ଶେରଗଡ ବ୍ଲକରେ ଚଳିତ ବର୍ଷ ଭଲ ଧାନ ଫସଲ ହୋଈଥିଲା। ପ୍ରଥମେ ବର୍ଷା ଦାଉ ସାଧିଲା ଏବଂ ପରେ ମଣ୍ଡି ନିର୍ଦ୍ଧାରିତ ସମୟରେ ମଣ୍ଡି ନଖୋଲିବାରୁ ଟୋକେନ ବାତିଲ କରାଯାଈ ପୁଣି ଟୋକେନ ମିଳିବାରେ ବିଳମ୍ବ ହେତୁ ଅସନ୍ତୁଷ୍ଟ ଚାଷୀ। ଦିନକୁ ଦିନ ଘାରୁଛି ଋଣ ଶୁଝିବା ଚିନ୍ତା। ଶେରଗଡ ବ୍ଲକରେ ଚଳିତ ବର୍ଷ ପ୍ରଥମ ରୁ ଅଭାବୀ ବର୍ଷା, ପରେ ବହୁ କଷ୍ଟରେ ଚାଷୀ ରୁଆ ବେଉସା କାର‌୍ୟ୍ୟ କରିଥିଲା। ଧାନ ଗଛରେ ଫୁଲ ଧରିବା ସମୟରେ ଜଳ ଅଭାବରୁ ବହୁ କଷ୍ଟରେ ଚାଷୀ ଫସଲ କୁ ଯେନତେନ ଉପାୟରେ ବଞ୍ଚାଇ ରଖି ଦୁଇ ପଈସା ପାଈବ ବୋଲି ଆଶା ରଖିଥିଲା। ଚାଷୀ ର ଆଶା କୁ ଅଦିନିଆ ବର୍ଷା ପାଣିରେ ମିଳାଇ ଦେଈଛି। ଗୋଟିଏ ପଟେ ଡେରିରେ ମଣ୍ଡି ଖୋଲିଲା, ତଥାପି ଚାଷୀ ଧାନ ବିକ୍ରି ପାଇଁ ପ୍ରସ୍ତୁତ ଥିବା ବେଳେ ଟୋକେନ ସମସ୍ୟା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଈଛି। ଯେଉଁ ଚାଷୀ ଧାନ ଅମଳ କରିନାହିଁ, ସେ ଟୋକେନ ଆସିଲେ ଧାନ ଅମଳ କରିବା ଲାଗି ଅନାଇ ବସିଥିବା ବେଳେ ଯେଉଁ ଚାଷୀ ର ଅମଳ ସରିଗଲାଣି ତାର ଡିସେମ୍ବର କିମ୍ବା ଜାନୁଆରୀ ମାସରେ ବିକ୍ରି ପାଇଁ ଟୋକେନ ଆସିଥିଲା। ମଣ୍ଡି ଖୋଲିବାରେ ବିଳମ୍ବ ହେବାରୁ ଉକ୍ତ ଟୋକେନ କୁ ବାତିଲ କରି ଦିଆଯାଇଥିଲା। ବର୍ତ୍ତମାନ ସେମାନଙ୍କୁ ଆଉ ଟୋକେନ ର ମେସେଜ ଆସିନଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ବ୍ଲକରେ ଚଳିତ ବର୍ଷ ୨ ଲକ୍ଷ ରୁ ଉର୍ଦ୍ଧ୍ବ କ୍ବିଣ୍ଟାଲ ଧାନ ୧୫ ଟି ସେବା ସମବାୟ ସମିତି,୪ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କିଣିବା ଲାଗି ଲକ୍ଷ୍ୟ ରଖାଯାଇଛି। ଈତି ମଧ୍ୟରେ ମଣ୍ଡି ଖୋଲିବାର ୩ ଦିନ ବିତିଯାଇଥିଲେ ମଧ୍ୟ ଚାଷୀଙ୍କ ଠାରୁ କ୍ବିଣ୍ଟାଲ ଟିଏ ଧାନ କିଣାଯାଈନଥିବା ଜଣାପଡିଛି। ଧାନ କ୍ରୟ ନହେବାର ମୂଳ ଉଦ୍ଦେଶ୍ୟ ହେଲା, ବର୍ତ୍ତମାନ ସୁଦ୍ଧା ମିଲର ପାଖରେ ଟାର୍ଗେଟ ପହଞ୍ଚି ନାହିଁ। ଏଭଳି ଅନ୍ୟ କେତେକ ସମସ୍ୟା ଯୋଗୁଁ ଧାନ କ୍ବିଣ୍ଟାଲ ଟିଏ ମଧ୍ୟ କିଣା ଯାଈପାରିନାହିଁ। ଏନେଇ ଆମେ ବିଭାଗୀୟ ଅଧିକାରୀ ଙ୍କ ମତାମତ ନେବାରୁ ସେ ପ୍ରକାଶ କରିଥିଲେ ଯେ,ଖୁବ ଶୀଘ୍ର ସମସ୍ତ ସମସ୍ୟା ର ସମାଧାନ କରାଯିବ ଏବଂ ସମସ୍ତ ଚାଷୀ ଙ୍କୁ ଟୋକେନ ପ୍ରଦାନ କରାଯିବା ସହ ସମସ୍ତ ଚାଷୀଙ୍କ ଧାନ କ୍ରୟ କରାଯିବ ବୋଲି ବ୍ଲକ ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ