ପୃଥକ ଦୃଘଟଣାରେ ଦୁଇ ମୃତ୍ୟୁ

ଗଞ୍ଜାମ, (ବିନୋଦ ପଲାଇ):ରମ୍ଭା ଥାନା ଅଧିନ ଜାତୀୟ ୧୬ ନମ୍ବର ରାଜପଥରେ ପୃଥକ ଦୃଘଟଣାରେ ଚାଲିଯାଇଛି ଦୁଇ ଜୀବନ ।ଗଣ୍ଡାପଲ୍ଲୀ ସ୍ଥିତ ଜାତୀୟ ୧୬ ନମ୍ବର ରାଜପଥ କାଳୀଢ଼ାବା ନିକଟରେ ଏକ୍ସଲକୁ ଧକ୍କା ଦେଲା ଟ୍ରକ ।ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲରେ ଏକ୍ସଲ ଚାଳକଙ୍କ ମୃତ୍ୟୁ ହୋଇଯାଇଛି ।ମୃତକ ଚାଳକ ଜଣଙ୍କ ହେଲେ କାନଖାଇ ଗ୍ରାମର ରାଘବ ପ୍ରଧାନ ।ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ କାଳୀଢ଼ାବା ନିକଟରେ ଭୁବନେଶ୍ୱର ଠାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଦ୍ରୁତଗାମୀ ବେପାରୁଆ ଟ୍ରକ (ଓଡ଼ି ୦୫ ଏଏକ୍ସ ୫୧୫୮) ଏକ୍ସଲ ଓଡ଼ି ୦୭ ଏଏଫ ୨୮୦୬) କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଏକ୍ସଲ ଚାଳକ ଗୁରୁତର ହୋଇଥିଲେ ।ସ୍ଥାନୀୟ ଲୋକେ ରମ୍ଭା ଥାନା ପୋଲିସକୁ ଖବର ଦେବା ପରେ ରମ୍ଭା ଥାନା ଆଇଆଇସି ସତ୍ୟବ୍ରତ ଭୁତିଆ ଓ ତାଙ୍କ ପୋଲିସ କର୍ମଚାରୀ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ ।ଖଲ୍ଲିକୋଟ ମେଡିକାଲରେ ରାଘବଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।ଅନ୍ୟ ପଟେ ଆଜି ମଧ୍ୟାହ୍ନ ସମୟରେ କଣ୍ଟାପଡ଼ା ଛକ ଜାତୀୟ ୧୬ ନମ୍ବର ରାଜପଥରେ ବାଇକକୁ ଏକ ଅଜଣା ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଗୁରୁତର ହୋଇଥିଲେ ।ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ବାଇକ ଚାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲକୁ ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ କହିଛି ।ମୃତକ ଜଣଙ୍କ ହେଲେ କୁମ୍ଭୀଢୀପ ଗ୍ରାମର ବୋଲି ଜଣାପଡିଛି ।ପୋଲିସ ପକ୍ଷରୁ ମୃତକଙ୍କ ନାମ ସ୍ପଷ୍ଟ କରାଯାଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ