ପାଞ୍ଚପିଢ଼ ପ୍ରିମିୟର ଲିଗ ଦ୍ୱିତୀୟ ଦିବସ ରେ ୩ଟି ମ୍ୟାଚ କେ.କେ.ଆର,ଆଜାଦ କ୍ଲବ,ଜେଏମବି ୱାରିଅର ବିଜୟୀ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ଯଶିପୁର ବ୍ଲକ ପାଣ୍ଠ ମିନିଷ୍ଟାଡିୟମ ଠାରେ ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ହେଉଥିବା ପାଞ୍ଚପିଢ଼ ପ୍ରିମିୟର ଲିଗ ୨୦୨୫ର ତୃତୀୟ ସଂସ୍କରଣର ଆଜି ଦ୍ୱିତୀୟ ଦିବସରେ ୩ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା ଆଜିର ପ୍ରଥମ ମ୍ୟାଚ କେ.କେ.ଆର ଓ କମାଣ୍ଡ କିଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା କେ.କେ.ଆର ଦଳପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ବିକେଟ ହରାଇ ୧୩୩ ରନ କରିଥିଲା ଜବାବ ରେ ପ୍ରତିପକ୍ଷ କମାଣ୍ଡକିଙ୍ଗ ଦଳ ୧୦ ଓଭର ରେ ୯ ବିକେଟ ହରାଇ ୧୦୯ ରନ ସଂଗ୍ରହ କରିଥିଲା ଏହି ମ୍ୟାଚ ରେ କେ.କେ.ଆର ୨୬ ରନ ରେ ବିଜୟୀ ହୋଇଥିଲା ପୁରୁଷତ୍ତମ ଦାସ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ ସେହିପରି ଦ୍ୱିତୀୟ ମ୍ୟାଚ ଆଜାଦକ୍ଲବ ଓ ଆରକେ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପ୍ରଥମେବ୍ୟାଟିଂ କରି ଆଜାଦ କ୍ଲବ ନିର୍ଦ୍ଧାରିତ ୧୦ ଓଭର ରେ ୭ ବିକେଟ ହରାଇ ୧୩୩ ରନ କରିଥିଲା ଜବାବ ରେ ପ୍ରତିପକ୍ଷ ଆରକେ ଏକାଦଶ ଦଳ ୧୦ ଓଭର ରେ ୯ ବିକେଟ ହରାଇ ୧୧୫ ରନ ସଂଗ୍ରହ କରିଥିଲା
ଏହି ମ୍ୟାଚ ରେ ଆଜାଦ କ୍ଲବ ୧୮ ରନ ରେ ବିଜୟୀ ହୋଇଥିଲା
ପଙ୍କଜ ଦାସ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ
ସେହିପରି ତୃତୀୟ ମ୍ୟାଚ କମାଣ୍ଡ କିଙ୍ଗ ଓ ଜେଏମବି ୱାରିଅର ମଧ୍ୟରେ ଅନୁଷ୍ଠିତ ହୋଇଥିଲା କମାଣ୍ଡ କିଙ୍ଗ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ବିକେଟ ହରାଇ ୯୭ ରନ କରିଥିଲା ଜବାବ ରେ ପ୍ରତିପକ୍ଷ ଜେଏମବି ୱାରିଅର ଦଳ ୧୦ ଓଭର ରେ ୯ ବିକେଟ ହରାଇ ୯୮ ରନ ସଂଗ୍ରହ କରିଥିଲା
ଏହି ମ୍ୟାଚ ରେ ଜେଏମବି ୱାରିଅର ୯ ବିକେଟ ରେ ବିଜୟୀ ହୋଇଥିଲା
କେଶବ ନାଏକ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ
ମ୍ୟାଚ ରେ ଅମ୍ପାୟାର ଭାବେ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ସୁଶାନ୍ତ କୁମାର ପଣ୍ଡା ଓ ଦିବ୍ୟ ରଞ୍ଜନ ରଣା ପରିଚାଳନା କରିଥିଲେ
ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ ସଭାପତି ଶୈଳେଶ ଦଳେଇ ଙ୍କ ନେତୃତ୍ୱ ରେ ଟୁର୍ନାମେଣ୍ଟ ଓ ଖେଳ ପରିଚାଳନା ରେ ସଂଗଠନର ଉପସଭାପତି ଜୟ ପ୍ରକାଶ ମହାନ୍ତ, ସମ୍ପାଦକ ଶିବପ୍ରସାଦ ମହାନ୍ତ, ଉପଦେଷ୍ଟା କାମିନୀକାନ୍ତ ମହାନ୍ତ, ଭୈରବ ମହାନ୍ତ,ମୁଖ୍ୟ ସଦସ୍ୟ ଦୀନବନ୍ଧୁ ମହାନ୍ତ, ଲିପୁ ମହାନ୍ତ, ସତ୍ୟ ପ୍ରକାଶ ପୃଷ୍ଟି, ଚିମ୍ପୁ ପ୍ରସାଦ, ରତିକାନ୍ତ ମହାନ୍ତ, ବାପି ମହାନ୍ତ ଓ ଅନ୍ୟ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ.