ପୋଙ୍ଗଲ ଓ ମକରସଂକ୍ରାନ୍ତୀ ପର୍ବ ଫିକା ପଡ଼ିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ଉଜୁଡି ଗଲା ବାକି ଯାହା ରହିଲା ବର୍ଷାରେ ଭିଜି ଅଲୋଡ଼ା ହେଲା. ବର୍ଷ ସାରା ପରିଶ୍ରମ ଓ ଫସଲ ଆଦାୟ ପାଇଁ ସାର କୀଟନାଶକ କିଣିବାରେ ସୁଧ କରଜ ବାକି ରହିଗଲା. ବର୍ତ୍ତମାନ ହାତ ଖାଲି ପଡି ଥିବାରୁ ପୋଙ୍ଗଲ ଓ ମକର ସଂକ୍ରାନ୍ତି ପର୍ବ ପାଳନ ଗଜପତି ଜିଲ୍ଲାରେ ସମ୍ପୂର୍ଣ ଭାବେ ଫିକା ପଡିଲା ବୋଲି ଚାଷୀ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରିଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ଆଦି ମକରସଂକ୍ରାନ୍ତୀ ଓ ପୋଙ୍ଗଲ ଦକ୍ଷିଣ ଓଡ଼ିଶାର ଏକ ସ୍ବତନ୍ତ୍ର ଓ ମୁଖ୍ୟ ପର୍ବ ଅଟେ. ପୋଙ୍ଗଲ ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଗଜପତି ଜିଲ୍ଲା ପୁରପଲ୍ଲୀ। ମକର ସଂକ୍ରାନ୍ତୀ ତଥା ପୋଙ୍ଗଲ ପର୍ବ ଭୋଗୀ ପାଳିତ ହୋଇଛି | ତେଲୁଗୁ ସମ୍ପ୍ରଦାୟର ପ୍ରଥା ଅନୁଯାଇ ମକର ସଂକ୍ରାନ୍ତି ବା ପୋଙ୍ଗଲ ଉତ୍ସବ ପାଳନର ପ୍ରଥମ ପର୍ବ ହେଉଛି ଭୋଗୀ ପାଳନ | ଏଥ୍ ଅନୁଯାଇ ରବିବାର ମଧ୍ୟରାତ୍ରରେ ପାରଳା ସହରର ବିଭିନ୍ନ ସ୍ଥାନରେ ଶୁଖୁଲା କାଠ ଗଣ୍ଡିକୁ ଏକତ୍ର କରି ଅଗ୍ନି ଲଗାଇ ଭୋଗୀ ପର୍ବକୁ ପାଳନ କରାଯାଇଥିଲା। ସୋମ‌ବାର ଦିନ ଏଥି ଉପଲକ୍ଷେ ଘରେ ଘରେ ପୂଜା ପାଠ କରିବା ପରେ ଏଣ୍ଡୁରି ପିଠା କରି ଖାଇବା ସହ ପରସ୍ପରରେ ମିଠା ବଣ୍ଟନ କରିଥିଲେ. ପାରଳା ସହରରେ ତେଲୁଗୁ ଓ ଓଡ଼ିଆ ସମ୍ପ୍ରଦାୟର ଲୋକେ ଭାଇଚାରା ଅନୁଯାୟୀ ଉଭୟେ ଏହି ଭୋଗୀ ପର୍ବକୁ ପାଳନ କରିଛନ୍ତି। ଆଜି ମକରସଂକ୍ରାନ୍ତୀ ଯୋଗୁଁ ପାରଳା ଶ୍ରୀଜଗନ୍ନାଥ ମନ୍ଦିର ସମେତ ସମସ୍ତ ଶିବାଳୟ ଓ ଅନ୍ୟାନ୍ୟ ମନ୍ଦିରରେ ମକର ଚାଉଳ ଭୋଗ କରାଯିବା ସହ ଭକ୍ତଙ୍କ ଭିଡ଼ ବେଶ ଜମିଥିଲା. ସେହିପରି ମକରସଂକ୍ରାନ୍ତୀ ତଥା ପୋଙ୍ଗଲ ପାଳନ ଅବସରରେ ବିଭିନ୍ନ ସାମଗ୍ରୀର ଆବଶ୍ୟକ‌ତା ଯୋଗୁଁ ପାରଳାଖେମୁଣ୍ଡି ମୁଖ୍ୟ ବଜାର ଚଳଚଞ୍ଚଳ ହୋଇ ଉଠିଛି। ଗଜପତି ଜିଲ୍ଲା ମୁହକୁମାର ପାରଳାଖେମୁଣ୍ଡି ମୁଖ୍ୟ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାର ବଜାର ସମଗ୍ର ଶ୍ୱତାଧିକ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ପାରଳାଖେମୁଣ୍ଡି ସହର ହେଉଛି ମୁଖ୍ୟ ବଜାର। ପୋଙ୍ଗଲ ପର୍ବ ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ମୁଖ୍ୟ ପର୍ବ ହୋଇଥିବାରୁ ନୂତନ ବସ୍ତ୍ର, ମିଷ୍ଟାନ୍ନ, ପର୍ବ ପାଳନ ପାଇଁ ବିଭିନ୍ନ ରୋଷେଇ ସାମଗ୍ରୀ, ଫଳ ଓ ପନିପରିବା ଆଦି କ୍ରୟ କରିଥିଲେ। ଜିଲ୍ଲାରେ ଡିସେମ୍ବରରେ ଅଦିନିଆ ବର୍ଷା ଯୋଗୁଁ ଗଜପତିରେ ଚାଷୀର ଫସଲ ଉଜୁଡି ଯାଇଛି। ଚଳିତ ବର୍ଷ ଅଧିକ ଧାନ ଅମଳ ହୋଇଥିଲା, ହେଲେ ବର୍ଷା ଦାଉ ସାଜିଲା. ଜିଲ୍ଲାରେ ଧାନମଣ୍ଡି ଖୋଲାଗଲା ହେଲେ ଧାନ କ୍ରୟ କରାଯାଉନାହିଁ. ତେଣୁ ଚାଷୀଙ୍କ ପାଖରେ ଅର୍ଥ ନ ଥିବାରୁ ସେମାନଙ୍କ ପାଇଁ ମକର ସଂକ୍ରାନ୍ତି ଫିକା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ