କେଲୁଆରେ ରାମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ପାଳନ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ପାତ୍ରପୁର ବ୍ଳକ କେଲୁଆ ଛକ ଠାରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ବର୍ଷକ ତଳେ ଠିକ୍ ଆଜିର ଦିନରେ ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ସାରା ଭାରତରେ ପ୍ରତିଷ୍ଠା ଦିବସକୁ ଆନନ୍ଦ ସହକାରେ ପାଳନ କରିଥିଲେ। ଆଜି ମନ୍ଦିର ପ୍ରତିଷ୍ଠା କୁ ଏକ ବର୍ଷ ପୂରଣ ହୋଇଥିବା ବେଳେ ଆଜି କେଲୁଆ ଠାରେ ଭକ୍ତ ମାନେ ନାମ ସଙ୍କୀର୍ତ୍ତନ କରି ଶ୍ରୀରାମ ଙ୍କ ଫୋଟ କୁ ପୂଜା ଅର୍ଚ୍ଚନା କରିଥିଲେ। ଉତ୍ସାହୀ ବ୍ୟକ୍ତି ମାନେ ଅର୍ଣ୍ଣଯଜ୍ଞ ର ଅୟୋଜନ କରିଥିଲେ।


