ଆପ୍ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ
ଢେଙ୍କାନାଳ, (ତାପସଦାସ):ଆମ୍ ଆଦ୍ମୀ ପାର୍ଟି ଢେଙ୍କାନାଳ କାର୍ଯ୍ୟାଳୟ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା l ସ୍ଥାନୀୟ ଲକ୍ଷ୍ମୀବଜାରର ବରିଷ୍ଠ ନାଗରିକ ସନ୍ତୋଷ ବାରିକ ଏବଂ ଆପ୍ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ ମିଳିତ ଭାବେ ପତାକା ଉତ୍ତୋଳନ କରିଥିଲେ ଓ ଗଣତନ୍ତ୍ର ଦିବସ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ପଙ୍କଜ ନାୟକ,ଜିଲ୍ଲା ଉପସଭାପତି ଜିତେନ୍ଦ୍ର ବେହେରା, ନାରୀ ନେତ୍ରୀ ନଳିନୀ ସାହୁ, ରଚିତା ନାଏକ, ବରିଷ୍ଠ ସଦସ୍ୟ ପ୍ରସନ୍ନ ବରାଳ, ପିତାମ୍ବର ସାମନ୍ତରାୟ, ନିତ୍ୟାନନ୍ଦ ଦାସ, ଜନାର୍ଦ୍ଦନ ନନ୍ଦି, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l