ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ବିଦ୍ୟାଦାତ୍ରୀ ମା ‘ ସରସ୍ବତୀଙ୍କ ପୂଜା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ଶ୍ରୀପଞ୍ଚମୀ ତଥା ବିଦ୍ୟାଦାତ୍ରୀ ମା ‘ ସରସ୍ବତୀଙ୍କ ପୂଜା ଉତ୍ସବ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପରିସରରେ ମହାଆଡମ୍ବରରେ ଆୟୋଜିତ ହୋଇଯାଇଛି l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣା ତଥା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ପଦ୍ମିନୀ ସାହୁ, କୁଳସଚିବ ସୁଶ୍ରୀ ଶାନ୍ତି ସୁଧା ପାତ୍ରଙ୍କ ଉତ୍ସାହ କ୍ରମେ ଆୟୋଜିତ ବିଦ୍ୟାଦାତ୍ରୀ ମା ‘ସରସ୍ବତୀଙ୍କ ପୂଜା ଉତ୍ସବ ରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ ପୂର୍ବକ ହୋମ, ମଙ୍ଗଳଆଳତୀ, ପୁଷ୍ପାଞ୍ଜଳି ସହ ବିଶ୍ୱବିଦ୍ୟାଳୟ ଓ ବିଦ୍ୟାର୍ଥୀଙ୍କ ମଙ୍ଗଳ ବିଧାନ କରାଯାଇଥିଲା l ଶେଷରେ ପ୍ରସାଦ ବଣ୍ଟନ କରାଯାଇଥିଲା l ଆଜି ପୂଜା ଅବସରରେ ହଷ୍ଟେଲ ସମୂହ ୱାଡେନ ଡ. ଦୀପକ କୁମାର ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଡ. ମନୋଜ କୁମାର ପଟ୍ଟନାୟକ, ଛାତ୍ର କଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ, ଡ. ଯତୀନ ବିଷୋୟୀ, ଡ. ବିଭୁ ପ୍ରସାଦ ସାହୁ, ଡ. ସୁସ୍ମିତା ପଟ୍ଟନାୟକ, ଡ. ରଶ୍ମିତା ପଣ୍ଡା, ଡ. ରଜତ କୁମାର ପଣ୍ଡା, ଡ. ମନୋରଞ୍ଜନ ବିଷୋୟୀ, ଡ. ମନୀଷା ଦାଶ, ଅଧ୍ୟାପକ ରଞ୍ଜନ କୁମାର ବେହେରା,ଅଧ୍ୟାପକ ପିଙ୍କୁ ସାହୁ ଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିବା ସହ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ l ବିଶ୍ୱବିଦ୍ୟାଳୟ ବହୁ ଛାତ୍ରଛାତ୍ରୀ ପୂଜା କାର୍ଯ୍ୟ ପରିଚାଳନା ରେ ସହଯୋଗ କରିବା ସହ ଅନୁଷ୍ଠାନର ମଙ୍ଗଳ କାମନା ନିମନ୍ତେ ସମବେତ ପାର୍ଥନା ମା ‘ସରସ୍ବତୀଙ୍କ ନିକଟରେ କରାଯାଇଥିଲା l