ଶିକ୍ଷା ବ୍ଯବସ୍ଥାର ବିକଳ ଚିତ୍ର ହଷ୍ଟେଲରେରେ ଖାଇ ନିଘୋଡ ନିଦ୍ରାରେ ପ୍ରଧାନ ଶିକ୍ଷକ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ବିଦ୍ୟାଳୟରେ କ୍ଲାସ ଚାଲିଛି, ପିଲାଏ ଡିଆଁ କୁଦା ମାରୁଛନ୍ତି, ଶିକ୍ଷକ ନିଘୋଡ଼ ନିଦରେ ଶୋଇଛନ୍ତି, ଖେଳ ଛୁଟି ପରେ ଦିନ ୨-୩୦ମିନିଟି ସମୟରେ ସ୍କୁଲର ଏଭଳି ଦୃଶ୍ୟ । ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ, ସର୍ବଶିକ୍ଷା ଅଭିଯାନରେ ଉପାନ୍ତ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ମାତ୍ର ଏ ଭଳି ଶିକ୍ଷକଙ୍କ ଏ ଭଳି କାର୍ଯ ପିଲା ମାନଙ୍କୁ କେତେ ଆଗକୁ ନେଇପାରିବ ତିହାହିଁ ଚିନ୍ତାର ବିଷୟ,ହଁ ଆଜ୍ଞା ଏଇ ଦୃଶ୍ୟ ହେଉଛି ଶରତ ଅଞ୍ଚଳ ପ୍ରସନ୍ନ ଚନ୍ଦ୍ର ପୁର ସ୍କୁଲର। ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ର ସେନାପତି, ଭଲ ଭାବରେ ସାରଙ୍କ ଚେହେରା ଟିକେ ଦେଖନ୍ତୁ,ଏହା ଏକ ୪୦ଶଯ୍ଯା ବିଶିଷ୍ଟ ଆବାସିକ ବିଦ୍ୟାଳୟ। ସାରା ଆମର ହଷ୍ଟେଲ ମିଲ ଖାଇ କେମିତି ନିଘୋଡ଼ ନିଦରେ ଶୋଇଛନ୍ତି, ଦେଖନ୍ତୁ, ଆଉ ଗୋଟିଏ ବଡ କଥା ହେଉଛି ସାର ବେଶ ପାରଙ୍ଗମ, ପିଲାଙ୍କ ମଧ୍ୟାହ୍ନ ଭୋଜନ ହଡ଼ପ କରିବା, ଗୋଟିଏ ଛୁଟି ଦିନରେ ୧୫ଦିନରୁ ଅଧିକ ପିଲା ସ୍କୁଲ ନଆସିବା, ଛୁଟି ସମୟ ୨ଦିନ ପୂର୍ବରୁ ପିଲାଙ୍କୁ ଛୁଟି କରିଦେବା, କମ୍ ପିଲା ଥାଇ ବେଶି ପିଲାଙ୍କର ଉପସ୍ଥାନ ଦେଖାଇବା, ପିଲାଙ୍କୁ ୧ହଳ ଡ୍ରେସ୍ ଦେଇ ଡ୍ରେସ୍ ପଇସାକୁ ଆତ୍ମସାତ କରିବାରେ ସାର୍ ଆମର ସିଦ୍ଧ ହସ୍ତ । ଏ ସବୁର ଯଥେଷ୍ଟ ପ୍ରମାଣ ଥାଇ ଗତ ଦୁର୍ଗା ପୂଜା ସମୟରେ ଆମେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ମାତ୍ର ଫଳ ଶୂନ, ପୁଣିଥରେ ମକର ସମୟରେ ମଧ୍ୟ ସ୍ଥିତି ପରଖି ଥିଲୁ, ପରେ ପୁଣି ସ୍କୁଲ ଖୋଲିବା ପରେ ଏ ଦୃଶ୍ୟ ଆପଣ ମାନେ ଦେଖନ୍ତୁ। ଆଦିବାସୀ ଅଞ୍ଚଳରେ ପିଲାଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଠେଲିଦେଇ ହରିଲୁଟ କରିବାରେ ଶିକ୍ଷକଙ୍କୁ ଜିଲ୍ଲା ପ୍ରସାଶନ ଓ ବ୍ଲକ ପ୍ରସାଶନ ପ୍ରୋତ୍ସାହନ ଦେଉଥିବା ସ୍ପଷ୍ଟ ବାରି ହେଉଛି, ଦୀର୍ଘଦିନ ଧରି ଗୋଟିଏ ସ୍କୁଲରେ ରହିବାକୁ ସମସ୍ତେ ଜାଣି ଅଜଣା ଭଳି କାର୍ଯ୍ୟ କରୁଥିବା ଏବେ ସରଳ ଆଦିବାସୀ ବୁଝି ସାରିଲେଣି । ଆଗାମୀ ଦିନରେ ଅଷ୍ଟମ ଅର୍ଥ କମିଶନ ଲାଗୁ ହେଲେ ଏ ଭଳି ଶିକ୍ଷକ ମାନେ ମାସିକ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଉଠାଣ କରିବେ ମାତ୍ର ଏଭଳି ଶିକ୍ଷକଙ୍କ ମାନସିକ ତାର ଅନ୍ତ କେବେ ଘଟିବ, ଏ ଭଳି ସ୍କୁଲ ଅଗଣାରେ ଦଉଡ଼ିଆ ଖଟିରେ ଶୋଇ ମାସିକ ବେତନ ନେଉଥିବା ଶିକ୍ଷକଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ହେବ, ସେକଥା ଆଲୋଚନା ପାଇଁ ଖୋରାକ ଯୋଗାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ